32.1 C
Bhubaneswar
Saturday, May 4, 2024
Homeଖେଳୟୁଏସ୍ ଓପନ୍ : ତୃତୀୟ ରାଉଣ୍ଡ୍‌ରେ ସିଟ୍‌ସିପାସ୍ ଓ ଷ୍ଟିଫେନ୍ସ

ୟୁଏସ୍ ଓପନ୍ : ତୃତୀୟ ରାଉଣ୍ଡ୍‌ରେ ସିଟ୍‌ସିପାସ୍ ଓ ଷ୍ଟିଫେନ୍ସ

ନ୍ୟୁୟର୍କ: ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତା ୟୁଏସ୍ ଓପନ୍‌ରେ  ଗୁରୁବାର ପୁରୁଷ ସିଙ୍ଗଲ୍ସରେ ଗ୍ରୀସ୍‌ର ଷ୍ଟେଫାନୋସ୍ ସିଟ୍‌ସିପାସ୍ ଓ ମହିଳା ସିଙ୍ଗଲ୍ସରେ  ଆମେରିକାର ସ୍ଲୋନ୍ ଷ୍ଟିଫେନ୍ସ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ତୃତୀୟ ସିଡ୍ ଷ୍ଟେଫାନୋସ୍ ଫ୍ରାନ୍ସର ଆଣ୍ଡ୍ରିଆନ୍ ମାନାରିନୋଙ୍କୁ ୬-୩,୬-୪,୬-୭(୪/୭),୬-୦ରେ ପରାସ୍ତ କରିଥିବା ବେଳେ ଷ୍ଟିଫେନ୍ସ ତାଙ୍କ ଦେଶର ୧୭ ବର୍ଷୀୟା କୋକୋ ଗଫ୍‌ଙ୍କୁ ୬-୪, ୬-୨ ସିଧାସଳଖ ସେଟ୍‌ରେ ହରାଇଛନ୍ତି । ଏହାଛଡ଼ା ମହିଳା ସିଙ୍ଗଲ୍ସରେ ଅଷ୍ଟମ ସିଡ୍ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା  ଆମେରିକାର କ୍ରିଷ୍ଟିନା ମ୍ୟାକହାଲେଙ୍କୁ ୬-୩, ୬-୧ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ।

ଆହୁରି ଦ୍ୱିତୀୟ ସିଡ୍ ଖେଳାଳି ବେଲାରୁଷ୍‌ର ଆରିନା ସାବାଲେଙ୍କା  ସ୍ଲୋଭେନିଆର ଟାମାରା ଜିଡାନ୍‌ସେକ୍‌ଙ୍କୁ ୬-୩,୬-୧ରେ, ୨୬ତମ ସିଡେଡ୍ ଆମେରିକାର ଡାନିଏଲ୍ କଲିନ୍ସ ସ୍ଲୋଭେନିଆର କାଜା ଜୁଭାନ୍‌ଙ୍କୁ ୬-୪,୬-୨ରେ ହରାଇ ତୃତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଆହୁରି ଊନବିଂଶ ସିଡେଡ୍ କଜାଖ୍‌ସ୍ତାନର ଏଲିନା ରିବାକିନା ଫ୍ରାନ୍ସର କ୍ୟାରୋଲିନ୍ ଗାର୍ସିଆଙ୍କୁ ୬-୧, ୬-୪ ସିଧାସଳଖ ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ଏକାଦଶ ସିଡେଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ୱାର୍ଜମାନ୍ ସାଉଥ୍ ଆଫ୍ରିକାର ଡେଭିଡ୍ ଆଣ୍ଡର୍‌ସନ୍‌ଙ୍କୁ ୭-୬(୭/୪,୬/୩,୬-୪ରେ ହରାଇଥିବା ବେଳେ ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଆମେରିକାର ଫ୍ରାନ୍ସେସ୍ ଟିଆଫୋ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ୬-୧,୬-୨,୭-୫ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking