34.1 C
Bhubaneswar
Saturday, May 18, 2024
Homeଓଡିଶାଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା

ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା

ସୋର: ଘରୋଇ କଳିରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ହେଲେ ମାଣିପୁର ଗ୍ରାମର ଜଗନ୍ନାଥ ବେହେରା(୨୦) । ଜଗନ୍ନାଥ କଟକରେ ରହି ପାଠ ପଢ଼ୁଥିବାବେଳେ ଗତ କିଛିଦିନ ତଳେ ଘରକୁ ଆସିଥିଲେ । ଗୁରୁବାର ରାତିରେ ଜଗନ୍ନାଥ ଓ ତାଙ୍କ ମାଆଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଫଳରେ ଶୁକ୍ରବାର ସକାଳେ ତାଙ୍କ ମାଆ ଘରେ ନଥିବାବେଳେ ଶୋଇବା ଘର ଫ୍ୟାନ୍‌ରେ ବେକରେ ଶାଢ଼ୀ ଲଗାଇ ଜଗନ୍ନାଥ ଝୁଲି ପଡ଼ିଥିଲେ ।

ଦୀର୍ଘ ସମୟ ପରେ ଆଇ ତାଙ୍କୁ ଡାକିବାକୁ ଆସିବାରୁ ସେ କବାଟ ଖୋଲିନଥିଲେ । ପଡ଼ୋଶୀଙ୍କ ସହାୟତାରେ ଘରର କବାଟ ଭାଙ୍ଗିବା ପରେ ଜଗନ୍ନାଥଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜ୍ଜୁୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking