28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ

ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ

ମୁମ୍ବାଇ : ଭେଟେରାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମି ଆତ୍ମହତ୍ୟା କରିଛନ୍ତି । ତାଙ୍କ ସୁରକ୍ଷା ପାଇଁ ପୋଷ୍ଟ କରାଯାଇଥିବା ଜଣେ ଏସଆରପିଏଫ ଯବାନ ମହାରଷ୍ଟ୍ରର ଜଲଗାଓଁରେ ଥିବା ତାଙ୍କ ପେତୃ୍‌କ ଘରେ ଆତ୍ମହତ୍ୟା କରିଛନ୍ତି । ଅଧକାରୀ  କହିଛନ୍ତି ଯେ ଏହି ଘଟଣା ମେ’ ୧୪ ତାରିଖରେ ବିଳମ୍ବିତ ରାତିରେ ଘଟିଛି । ମୃତ ଯବାନଙ୍କ ନାମ ପ୍ରକାଶ କାପଟେ ବୋଲି ଜଣାପଡିଛି । ସେ ୮ଦିନ ପୂର୍ବରୁ ଛୁଟିରେ ନିଜ ଗାଁ ଯାଇଥିଲେ। ସୂଚନାନୁସାରେ, କାପଡେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜ ବେକକୁ ଗୁଳି ଚଳାଇଥିଲେ।

ମୃତ ଯବାନଙ୍କ ପରିବାରରେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ, ଦୁଇ ସନ୍ତାନ ଏବଂ ଭାଇ ଅଛନ୍ତି। ବର୍ତ୍ତମାନ ପୋଲିସ ତାଙ୍କ ଆତ୍ମହତ୍ୟା କରିବାର କାରଣ ଜାଣିବାକୁ ଚେଷ୍ଟା କରୁଛି। ମୃ୍ତ ଯବରନ ମନ୍ତ୍ରୀ ଛଗନ ଭୁଜବଲ ଏବଂ ନାରାୟଣ ରାଣେଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ସରକାରୀ ପୋଲିସ ରିଜର୍ଭ ଫୋର୍ସରେ ପୋଷ୍ଟ କରାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ସେ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବର୍ତ୍ତମାନ ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ପଚରାଉଚରା କରି ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking