ଗୋଟିଏ ଭୁଲକୁ ଲୋଚାଇବାକୁ ଯାଇ ୯ ଜଣଙ୍କୁ ହତ୍ୟା

ତେଲେଙ୍ଗାନା : ସଞ୍ଜୟ କୁମାର ଯାଦବ ନାମକ ୨୪ ବର୍ଷର ଯୁବକ ଏକ ଅମାନୁଷିକ ହତ୍ୟାକାଣ୍ଡ କରିଛି ।ସଞ୍ଜୟ ପ୍ରଥମେ ଜଣେ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିବା ପାଇଁ ମିଛ ପ୍ରତିଶୃତି ଦେଇଥିଲା ।ମାର୍ଚ୍ଚ ୬ରେ ସେ ତାଙ୍କ ପରିବାର ଲୋକଙ୍କୁ ପରିଚିତ କରିବା ପାଇଁ ପଶ୍ଚିମବଙ୍ଗ ଅଭିମୁଖେ ଟ୍ରେନରେ ବାହାରିଥିଲେ ।କିନ୍ତୁ ଟ୍ରେନ୍ ଟି ପଶ୍ଚିମ ଗୋଦାବରୀରେ ପହଂଚିବା ପରେ ଝିଅଟିକୁ ବଟର କ୍ଷୀର ଦେଇଥିଲେ ଯେଉଁଥିରେ ସେ ନିଦ ବଟିକା ମିଶାଇଥିଲେ ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ ।ପରେ ତେଲେଙ୍ଗାନାରେ ପହଂଚିଥିଲେ,ସେଠାରେ ଝିଅର ପରିବାର ଲୋକ ସଞ୍ଜୟଙ୍କ ନାରେ ଅଭିଯୋଗ କରିଥିଲେ । ଏହି ହତ୍ୟାକୁ ଲୁଚେଇବାକୁ ଯାଇ ତାଙ୍କ ସର୍ମ୍ପକୀୟଙ୍କୁ ମଦ୍ୟପାନ କରି ଗୋଟିଏ ପରେ ଗୋଟିଏ ଲୋକକୁ କୂଅ ଭିତରକୁ ଠେଲି ଦେଇଥିଲେ ।ଗୋଟିଏ ଭୁଲକୁ ଲୋଚାଇବା ପାଇଁ ସେ ୯ ଜଣଙ୍କ ଜୀବନ ନେଇଗଲା । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଞ୍ଜୟଙ୍କ ନାରେ ଆହୁରୀ ଅନେକ ମାମଲା ରୁଜୁ ହେବା ସହ ବଳତ୍କାର ମାମଲା ମଧ୍ୟ ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here