27.1 C
Bhubaneswar
Tuesday, March 19, 2024
Homeଓଡିଶାଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ବେଆଇନ ଭାବେ ଆଦାୟ ହେଉଛି ଲକ୍ଷ...

ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ବେଆଇନ ଭାବେ ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କା

ବଲାଙ୍ଗିର : ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । କୋଭୀଡ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ସ୍କୁଲ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି ବୋଲି ଅଭୀଭାବକ ମହା ସଂଘର ରାଜ୍ୟ ସହ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା ସଂଯୋଜକ ଚକ୍ରପାଣୀ ମିଶ୍ର ଓ ସହ ସଂଯୋଜକ ଫିରୋଜ ସାହୁ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୁ ନେଇ ମାନ୍ୟବର ହାଇକୋର୍ଟ ସମ୍ମୁଖରେ ଏକ ପିଟିସନ ଦାୟର କରାଯାଇଥିଲା । ମାନ୍ୟବର ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଛାତ୍ର ଅନୁପାତ ହାର ରେ ଫିଜ ରିହାତି, ଟିଉସନ ଫଜି , ଅକ୍ସିଲେରି ଫିଜ, ତଥା ରିଏଡମିଶନ ଆଦି ଫିଜ ଛାଡ ନେଇ ଏକ ଦିଶା ନିର୍ଦ୍ଦେଶ ଜାରି କରିଥିଲେ । ରାଜ୍ୟ ସରକାରଙ୍କୁ ଏ ଦିଗରେ ଏକ ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ସ୍କୁଲକୁ ପ୍ରଦାନ କରି ସ୍କୁଲ ମାନଙ୍କରେ ଏହି ନିୟମ କାର‌୍ୟ୍ୟକାରୀ କରିବା ପାଇଁ କହିଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏସଂକ୍ରାନ୍ତିୟ ଏକ ନୋଟିସ ଜିଲ୍ଲା ର ସମସ୍ତ ସ୍କୁଲ କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ଚର‌୍ୟ୍ୟର ବିଷୟ ଯେ, ଜିଲ୍ଲାର ଅଗ୍ରଣି ସ୍କୁଲ ଲିଟିଲ ଫ୍ଲାୱାର ସମେତ ଅନ୍ୟାନ୍ୟ ଇଂରାଜି ମିଡିଅମ ସ୍କୁଲ ମାନେ ଖୋଲା ଖୋଲି ମାନ୍ୟବର ହାଇର୍କୋଟ ତଥା ସରକାରୀ ନିର୍ଦ୍ଦେକୁ ଉଲ୍ଲଂଘନ କରୁଛନ୍ତି । ଇଂରାଜୀ ମିଡିଅମ ସ୍କୁଲ ଗୁଡିକ ନିଦ୍ଦେଶାନୁସାରେ ସ୍କୁଲ ଫିଜ ଛାଡ ଅଥବା ରିହାରି କରିବା ଦୁରେ ଥାଉ ଅଭୀଭାବକମାନଙ୍କ ଠାରୁ ଜୋର ଜବରଦସ୍ତ ସ୍କୁଲ ଫିଜ ଆଦାୟ କରି ବେନାମି ରଷିଦ ପ୍ରଦାନ କରୁଛନ୍ତି । ସେହି ରଷିଦ ରେ ନାଁ ସ୍କୁଲର ନାଁ ରହୁଛି ନାଁ କୌଣସି ସରକାରୀ ପଞ୍ଜିକରଣ ନଂବର । ଯାହା ସଂପୁର୍ଣ୍ଣ ରୂପେ ବେଆଇନ । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ବିଷୟରେ ଅଭିଯୋଗ କରାଗଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ସହରର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭୀଭାବକ ଶୋଷଣ ର ଶିକାର ହେଉଛନ୍ତି । ଅଭିଭାବକ ମହାସଂଘ ଏହାର ବିରୋଧ କଲେ ଓଲୋଟା ଆଦର୍ଶ ପୋଲିସ ମହାସଂଘର ଆବାହକଙ୍କୁ ଧମକ ଚମକ ଦେବା ସହ ଏ ସଂକ୍ରାନ୍ତିୟ ତଥ୍ୟ ମେଟାଇ ଦେଉଛି ବୋଲି ମହାସଂଘ ଅଭିଯୋଗ କରିବା ସହ ଲିଟିଲ ଫ୍ଲାୱାର ସ୍କୁଲ ଦ୍ୱାରା ପ୍ରଦତ୍ତ ଏକ ରଷିଦ ର ନକଲ ପ୍ରଦାନ କରିଛନ୍ତି ।

ଏହି ରଷିଦରେ ସ୍କୁଲର ନାମ ନଥିବା ବେଳେ ଏଥରେ କୌଣସି ସରକାରୀ ପଞ୍ଜିକରଣ ନଂବର ନଥିବା ସ୍ପଷ୍ଟ ଜଣା ପଡୁଛି । ସ୍କୁଲ ପ୍ରନ୍ସିପାଲଙ୍କୁ ଏ ବିଷୟରେ ପଚରା ଯିବାରୁ ଫୋନରେ ଏହାର କୌଣସି ଉତ୍ତର ଦିଆ ଯାଇ ପାରିବ ନାହିଁ, ଅନେକ ଲୋକ ସ୍କୁଲକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ କାଲି ଲିଟିଲ ଫ୍ଲାୱାର ସ୍କୁଲରେ ନବମ ଶ୍ରେଣୀର ଏଡମିଶନ କରାଯିବା ସହ ବହି ବିକ୍ରୀ କରାଯାଉଥିଲା । ଖବର ପାଇ ଅଭୀଭାବକ ମହାସଂଘ ର ଜିଲ୍ଲା ସଂଯୋଜକ ଚକ୍ରପାଣୀ ମିଶ୍ର ସ୍କୁଲ କୁ ପହଞ୍ଚି ସ୍କୁଲର ବେଆଇନ କାର‌୍ୟ୍ୟକ୍ରମର ବିରୋଧ କରିଥିଲେ । ସ୍କୁଲର ବେଆଇନ କାର‌୍ୟ୍ୟକଳାପର ତଥ୍ୟ ରଖିବା ପାଇଁ ମୋବାଇଲରେ ଏହାର ଭିଡିଓ ଉତ୍ତୋଳନ କରିଥିଳେ । ସ୍କୁଲ କର୍ତ୍ତୁପକ୍ଷ ତାଙ୍କୁ ବାରଣ କରିବା ସହ ସ୍କୁଲ କୁ ପୋଲିସ ଡକାଇଥିଲେ । ପୋଲିସ ସ୍କୁଲରେ ପହଞ୍ଚିବା ପରେ ସ୍କୁଲର ବେଆଇନ କାର‌୍ୟ୍ୟକଳାପକୁ ରୋକିବା ପରିବର୍ତ୍ତେ ଶ୍ରୀ ମିଶ୍ରଙ୍କ ମୋବାଇଲ ଜବତ କରି ମୋବାଇଲରୁ ସମସ୍ତ ଭିଡିଓ ଡିଲିଟ କରିବା ସହ ଶ୍ରୀ ମିଶ୍ର ଙ୍କୁ ଏପରି କାର‌୍ୟ୍ୟରୁ ବିରତ ରହିବାକୁ ତାଗିଦ କରଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ତେବେ ଆଦର୍ଶ ପୋଲିସ ଏ ସଂକ୍ରାନ୍ତିୟ କୌଣସି ଖବର ନଥିବା ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking