30.1 C
Bhubaneswar
Wednesday, April 24, 2024
Homeଓଡିଶାମନ୍ କି ବାତ୍‌ରେ ଓଡିଆ ଯୁବକଙ୍କୁ ପ୍ରଂଶସା କଲେ ମୋଦୀ

ମନ୍ କି ବାତ୍‌ରେ ଓଡିଆ ଯୁବକଙ୍କୁ ପ୍ରଂଶସା କଲେ ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍‌ରେ ଓଡିଆ ଯୁବକଙ୍କୁ ପ୍ରଂଶସା କରିଛନ୍ତି । ଜଗ୍‌ତସିଂହ ନାଉଁଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ପ୍ରଂଶସା କରିଛନ୍ତି । ସେନାରେ ଯୁବକ ମାନଙ୍କୁ ସାମିଲ କରିବା ପାଇଁ ମାଗଣାରେ ତାଲିମ ଦେଉଥିଲେ ଏହି ସିଲୁ ନାୟକ । ସେ ଏବେ ଫିଜିକାଲ ଓ ଲିଖିତ ପରୀକ୍ଷା ପାଇଁ ଯୁବକ ମାନଙ୍କୁ ଟ୍ରେନିଂ ପ୍ରଦାନ କରୁଛନ୍ତି । ସିଲୁଙ୍କ ଠାରୁ ତାଲିମ ପାଇ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇଛନ୍ତି ଓ ଜଳ,ସ୍ଥଳ, ନୌସେନା ସହ ଅର୍ଦ୍ଧ ସାମରିକ ବାହିନୀରେ ଯୋଗ ଦେଇଛନ୍ତି । ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ଛଡା ମନ୍‌କି ବାତ୍‌ରେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି । ଜଳ ଆମ ମାନଙ୍କର ଜୀବନ ଓ ଆସ୍ଥା ଅଟେ । ତେଣୁ ଏହାର ସଂରକ୍ଷଣ ଅତି ଅବଶ୍ୟକ ବୋଲି ସେ କହିଛନ୍ତି  ।
ସେ କହିଥଲେ ଯେ, ଆଜି ଆତ୍ମନିର୍ଭର ଭାରତର ମନ୍ତ୍ର ଗାଁ ଗାଁରେ ପହଁଞ୍ଚଛି । ନିଜ ଦେଶର ସାମଗ୍ରୀକୁ ନେଇ ସମସ୍ତେ ସବୁବେଳେ ଗର୍ବ କରିବା ଉଚିତ ।
କୋରନା ମହାମାରୀକୁ ନେଇ ମଧ୍ୟ ଅଧିକରୁ ଅଧିକ ସଚେତନ ରହିବା ପାଇଁ ସେ କହିିଛନ୍ତି । ଏହାସହ ଯାହା ନିୟମ ଜାରି କରାଯାଉଛି ତାକୁ ପାଳନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking