25.1 C
Bhubaneswar
Tuesday, September 15, 2026
Homeଦେଶ ବିଦେଶଯୌତୁକ ନିଆଁରେ କୁହୁଳି କୁହୁଳି ଜୀବନ ହାରିଲେ ମହିଳା

ଯୌତୁକ ନିଆଁରେ କୁହୁଳି କୁହୁଳି ଜୀବନ ହାରିଲେ ମହିଳା

କେରଳ: ଯୌତୁକ ନିଆଁରେ କୁହୁଳି କୁହୁଳି ଶେଷରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷୀୟା ଝିଅ ଜୀବନ ହାରିଦେଲେ। ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ ନିର୍ଯାତନା। ମାଡ଼ ମାରିବା ସହିତ ଲଣ୍ଡା ମଧ୍ୟ କରିଦେଇଥିଲେ। କେରଳର ଜଣେ ମହିଳା ତାଙ୍କ ଦେଢ଼ ବର୍ଷୀୟା ଝିଅକୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। କୋଲାମର କୁଣ୍ଡାରା ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, 8 ଜୁଲାଇରେ ଶାରଜାହରେ ଅଲ୍ ନାହଦାରେ 32 ବର୍ଷୀୟା ବିପାଞ୍ଜିକା ମଣି ତାଙ୍କ ଦେଢ଼ ବର୍ଷୀୟା ଝିଅ ବୈଭାବୀଙ୍କ ସହିତ ମୃତ ଅବସ୍ଥାରେ ମିଳିଥିଲେ।

ତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ବିପାଞ୍ଜିକାଙ୍କ ସ୍ୱାମୀ ନିଧିଶଙ୍କୁ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି ଏବଂ ତା ପରେ ତାଙ୍କ ଭଉଣୀ ନୀତୁ ଓ ସେମାନଙ୍କ ବାପା ଏହି ଅପରାଧରେ ସାମିଲ ବୋଲି କୁହାଯାଇଛି। ଯୌତୁକ ପାଇଁ ବିପାଞ୍ଜିକାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ମଧ୍ୟ ତାଙ୍କ ମାଆ କହିଛନ୍ତି। ସେ କହିଛନ୍ତି ଯେ, ଯେତିକି ଯୌତୁକ ଦିଆଯାଇଥିଲେ ତାହା ସେମାନଙ୍କ ପାଇଁ ଯଥେଷ୍ଟ ନଥିଲା। ସେଥିପାଇଁ ସେମାନେ ଝିଅକୁ ବହୁତ ନିର୍ଯାତନା ଦେବା ସହିତ ମାଡ଼ ମଧ୍ୟ ମାରୁଥିଲେ। ଏହା ସହ ବିପାଞ୍ଜିକା ଗୋରା ଏବଂ ତାଙ୍କ ସ୍ୱାମୀ ଓ ପରିବାର ଲୋକେ କଳା ରଙ୍ଗର ହୋଇଥିବାରୁ ସେ ଯେପରି ଭଲ ଦେଖା ନ ଯାଆନ୍ତି ସେଥିପାଇଁ ତାଙ୍କୁ ଲଣ୍ଡା ମଧ୍ୟ କରିଦିଆଯାଇଥିଲା। ତାଙ୍କ ସ୍ୱାମୀଙ୍କର ମଧ୍ୟ ଅନ୍ୟ ଝିଅଙ୍କ ସହିତ ଖରାପ ସମ୍ପର୍କ ଥିଲା, ଏହାକୁ ଯେତେବେଳେ ବିପାଞ୍ଜିକା ବିରୋଧ କରିଥିଲେ ସେତେବେଳେ ତାଙ୍କୁ ଛାଡପତ୍ର ନୋଟିସ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking