33.1 C
Bhubaneswar
Tuesday, September 8, 2026
Homeଓଡିଶା୮ରୁ ୧୧ ନବନିଯୁକ୍ତ ୮୨୨ ମେଡିକାଲ ଅଫିସରଙ୍କ ପାଇଁ ଅନଲାଇନ୍ ଚଏସ୍ ଲକିଂ

୮ରୁ ୧୧ ନବନିଯୁକ୍ତ ୮୨୨ ମେଡିକାଲ ଅଫିସରଙ୍କ ପାଇଁ ଅନଲାଇନ୍ ଚଏସ୍ ଲକିଂ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ୮୨୨ ଜଣ ମେଡିକାଲ ଅଫିସର, ଗ୍ରୁପ୍-ଏ (ଜୁନିଅର ବ୍ରାଞ୍ଚ)ଙ୍କ ପାଇଁ ଅନଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟାର ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୮, ୨୦୨୬ ଅପରାହ୍ଣ ୫ଟାରୁ ସେପ୍ଟେମ୍ବର ୧୧, ୨୦୨୬ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଅନଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଚାଲିବ । ଚଏସ୍ ଲକିଂ ସମ୍ପର୍କିତ ଆବଶ୍ୟକ ସୂଚନା ଓ ଅନଲାଇନ୍ ପ୍ରକ୍ରିୟା ପାଇଁ https://jcportal.odisha.gov.in/ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଉପଲବ୍ଧ ଅଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚଏସ୍ ଲକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବାକୁ ସମସ୍ତ ୮୨୨ ଜଣ ନବନିଯୁକ୍ତ ମେଡିକାଲ ଅଫିସରଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking