31.1 C
Bhubaneswar
Monday, September 14, 2026
Homeଓଡିଶାଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗ; ଏମ୍ଏମ୍ଡିଆର ଆଇନ ପ୍ରତ୍ୟାହାର ନ ହେଲେ ଅର୍ଥନୈତିକ ଅବରୋଧ କରିବ...

ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗ; ଏମ୍ଏମ୍ଡିଆର ଆଇନ ପ୍ରତ୍ୟାହାର ନ ହେଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି

ଭୁବନେଶ୍ୱର : ଏମଏମଡିଆର ଆଇନ ସଂଶୋଧନ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦେଇଥିବା ଚିଠିର ଉତ୍ତର ଏପର୍ଯ୍ୟନ୍ତ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜୁ ଜନତା ଦଳ । ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ କରୁଥିବା ଏମଏମଡିଆର ଆଇନ ସଂଶୋଧନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ଡ଼ ଅରୁଣ କୁମାର ସାହୁ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି । ଡ଼ ସାହୁ କହିଥିଲେ ଯେ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଏମଏମଡିଆର ଆଇନ ସଂଶୋଧନ ରାଜ୍ୟର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ବିଶେଷ ଅଧିବେଶନ ଓ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ କହିଥିଲେ । କିନ୍ତୁ ଏଯାବତ ଏହି ଚିଠିର ଉତ୍ତର ରଖିବାକୁ ଉଚିତ ମଣି ନାହାନ୍ତି ମୁଖ୍ୟମନ୍ତ୍ରୀ । ଶିଷ୍ଟାଚାର ଓ ସୌଜନ୍ୟତା ଭୁଲି ଯାଇଥିବା ସରକାରଙ୍କୁ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ । ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ଖଣିର ମାଲିକାନା ରାଜ୍ୟ ହାତରୁ ଛଡେଇ ନିଆଯାଇଛି । ଖଣି ହାତରେ ନଥିବା ବେଳେ, କେନ୍ଦ୍ର ସରକାରଙ୍କ ହାତ ଟେକା ଦାନକୁ ଅପେକ୍ଷା କରି ରହିଥିବା ରାଜ୍ୟ ସରକାର କେଉଁ ଅଧିକାର ନେଇ ୟୁଏଇ ଗସ୍ତ କରି ପୁଞ୍ଜିନିବେଶ ପାଇଁ ଆହ୍ୱାନ କରୁଛନ୍ତି ?

ଡ଼ ସାହୁ ଆହୁରି କହିଥିଲେ ଯେ, ରାଜ୍ୟ ସ୍ୱାର୍ଥ ସମ୍ୱନ୍ଧରେ ଉଠାଯାଇଥିବା ଏମଏମଡିଆର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି କାହିଁକି? ସର୍ବଦଳୀୟ ବୈଠକ ଡାକିବା ପାଇଁ କୁହାଯାଇଥିଲା, ତାକୁ ମଧ୍ୟ ଅଣଦେଖା କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁସାରେ ଖଣି କ୍ଷେତ୍ରରୁ ଆଦାୟ ହେବାକୁ ଥିବା ବକେୟା ଟିକସ ବାବଦକୁ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ କ୍ଷତି ସହିଲା । ଏଥି ସହିତ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା କ୍ଷତି ହେବ । କିନ୍ତୁ ରାଜ୍ୟ ବିଜେପି ସରକାର ଓଡ଼ିଶାର ଏତେବଡ଼ ଆର୍ଥିକ କ୍ଷତିକୁ ନିରବ ସମର୍ଥନ କରୁଛନ୍ତି । କାହା ସ୍ୱାର୍ଥରେ ଏମଏମଡିଆର ଆଇନର ସଂଶୋଧନ କରାଗଲା ? କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି, ସେଥିପାଇଁ ଆଦାୟ ହେବାକୁ ଥିବା ଏତେବଡ଼ ବକେୟା ଅର୍ଥରାଶି ଛାଡି ଦିଆଗଲା । ଏହାଦ୍ୱାରା ଖଣି ମାଲିକ ମାନେ ଲାଭବାନ ହେଲେ ଏବଂ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟର ଅଧିକାର କେନ୍ଦ୍ର ଅଧୀନକୁ ଚାଲିଗଲା । ରାଜ୍ୟର ଅଧିକାର ଛଡାଇ ନିଆଗଲା, କିନ୍ତୁ ରାଜ୍ୟ ବିଜେପି ସରକାରଙ୍କ ସ୍ୱାଭିମାନ ଜାଗ୍ରତ ହେଉନାହିଁ । ରାଜ୍ୟ ସ୍ୱାବଲମ୍ୱୀ ହେବା ପାଇଁ ପ୍ରକୃତି ଦେଇଥିବା ସମ୍ୱଳ ଆଉ ଆମ ହାତରେ ରହିବ ନାହିଁ । ତେଣୁ ଏମଏମଡିଆର ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହାକୁ ପ୍ରତ୍ୟାହାର ନ କଲେ ବିଜେଡି ତରଫରୁ ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking