29.1 C
Bhubaneswar
Saturday, October 24, 2026
Homeଓଡିଶାବନ୍ଧା ହେଲା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ

ବନ୍ଧା ହେଲା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ

ସୁନ୍ଦରଗଡ: ସୁନ୍ଦରଗଡ ପୋଲିସ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଥାନାରେ ଲିଖିତ ଏତଲାର କିଛି ଘଣ୍ଡା ମଧ୍ୟରେ ପୁଲିସ ଅଭିଯୁକ୍ତକୁ କାବୁ କରି ନେଇଥିବା ସୂଚନା ମିଳିଛି । ଅଭିଯୁକ୍ତର ଘର ଥାନା ଅନ୍ତର୍ଗତ ମେଢା ଅଞ୍ଚଳରେ । ସେ ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଘଟଣା ପେର ପୀଡୀତା ପରିବାରର ଲୋକଙ୍କୁ ଜଣାଇଥିଲେ ।ଏହା ପରେ ରାତିରେ ପରିବାର ଲୋକେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ରୁଜୁ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଅଭିଯୁକ୍ତ ଗିରଫ କରିଛି । ଆଜି ଆବଶ୍ୟକ ଆଇନଗତ ପ୍ରକ୍ରିୟା ମଧ୍ୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking