29.1 C
Bhubaneswar
Saturday, October 24, 2026
Homeଓଡିଶାପୁଣି ସ୍କ୍ରବ ଟାଇଫସ୍ ଆତଙ୍କ: ସୁନ୍ଦରଗଡ଼ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ପୁଣି ସ୍କ୍ରବ ଟାଇଫସ୍ ଆତଙ୍କ: ସୁନ୍ଦରଗଡ଼ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ଗ୍ରାମର ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହରିହର ପଟ୍ଟା । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ହରିହର ବିଲରେ କାମ କରିବାକୁ ଯାଇଥିବା ସମୟରେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଘରକୁ ଫେରିବା ପରେ ତାଙ୍କ ଦେହ ଭଲ ଲାଗୁନଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ ।ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସର୍ଗିପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ପଠାଇଥିଲେ । ତେବେ ଶୁକ୍ରବାର ଅପରାହ୍ଣ ପ୍ରାୟ ୧ଟାରେ ଡାକ୍ତର ହରିହରଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟରେ ହରିହର  ସ୍କ୍ରବ ଟାଇଫସ ପଜିଟିଭ ଥିବା ଉଲ୍ଲେଖ ରହିଛି । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ୁଥିବାରୁ ଏହାର ନିୟନ୍ତ୍ରଣ ଓ ଜନସଚେତନତା ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking