ଭୁବନେଶ୍ବର: କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସେହି ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଛି। କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ବି ଆନ୍ଧ୍ର ସରକାର ତାହାକୁ ମାନିନାହାନ୍ତି। ତେଣୁ ଆନ୍ଧ୍ର ପ୍ରଶାସନ ବିରୋଧରେ ସୁପ୍ରିମକୋର୍ଟରେ କୋରାପୁଟ ଜିଲ୍ଲାପାଳ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି। ଏଥିରେ ଆନ୍ଧ୍ରର ନିର୍ବାଚନ କମିସନର, ମୁଖ୍ୟ ଶାସନ ସଚିବ, ସଂପୃକ୍ତ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳଗୁଡ଼ିକ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ପଟାଙ୍ଗିରେ ସବୁ ଦଳର ନେତା ଏକାଠି ହୋଇ ଆନ୍ଧ୍ରର ପଦକ୍ଷେପକୁ ବିରୋଧ କରିଛନ୍ତି। ଅପରପକ୍ଷରେ ବିଜେଡିର ପ୍ରତିନିଧି ଦଳ କୋଟିଆ ଯାଇଥିବା ବେଳେ କଂଗ୍ରେସ ପ୍ରତିନିଧିମାନେ ୨୭ ତାରିଖରେ ଗସ୍ତ କରିବେ। ଆନ୍ଧ୍ରର ଏପରି ବିଜ୍ଞପ୍ତିକୁ ନେଇ ରାଜ୍ୟ ସରକାର ବି ଅଡ଼ୁଆରେ ପଡ଼ିଯାାଇଛନ୍ତି।










