29.1 C
Bhubaneswar
Saturday, October 24, 2026
Homeଦେଶ ବିଦେଶଆସନ୍ତାକାଲି ଓଡ଼ିଶା ଆସିବେ ମୋଦୀ

ଆସନ୍ତାକାଲି ଓଡ଼ିଶା ଆସିବେ ମୋଦୀ

ନୂଆଦିଲ୍ଲୀ: କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭୁବନେଶ୍ୱର ନିକଟସ୍ଥ ଜଟଣୀ ‘ଇନଫୋ ଭ୍ୟାଲି-୨’ ଠାରେ ନୂତନ କରି ନିର୍ମିତ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଏବଂ ‘ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ୨୫ତାରିଖ ଅପରାହ୍ନ ସମୟରେ ସ୍ୱତନ୍ତ୍ର ବିମାନ ସାହାଯ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ସେଠାରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଅସ୍ଥାୟୀ ହେଲିପ୍ୟାଡକୁ ଆସିବାର ବନ୍ଦୋବସ୍ତ କରାଯାଇଛି । ୩ଟି ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ହୋଇଛି । ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା କରାଯିବା ସହିତ ଏବେଠାରୁ ପୁଲିସ ଏସପିଜି ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking