25.1 C
Bhubaneswar
Saturday, October 24, 2026
Homeଦେଶ ବିଦେଶଭାନୁଆଟୁ ନିକଟରେ ୭.୨ ତୀବ୍ରତାର ଭୂମିକମ୍ପ

ଭାନୁଆଟୁ ନିକଟରେ ୭.୨ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ । ଆଜି ଅକ୍ଟୋବର ୨୪ ତାରିଖରେ ଭାନୁଆଟ ଦ୍ୱୀପପୁଞ୍ଜ ନିକଟରେ ୭.୨ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଏହାର ପ୍ରାୟ ୨୫ ସେକେଣ୍ଡ ବ୍ୟବଧାନରେ ସେହି ଅଞ୍ଚଳ ରେ ୬.୯ ତୀବ୍ରତାର ଆଉ ଏକ ରିଡିଂ ମଧ୍ୟ ରିପୋର୍ଟ ହୋଇଛି । ଜର୍ମାନୀର ଜିଏଫଜେଡ ଭୂବିଜ୍ଞାନ ଗବେଷଣା କେନ୍ଦ୍ରର ପ୍ରାଥମିକ ତଥ୍ୟ ଅନୁସାରେ, ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ ଭାନୁଆଟୁଲ ସୋଲା ଅଞ୍ଚଳଠାରୁ ପ୍ରାୟ ୨୦୦ କିଲୋମିଟର ପଶ୍ଚିମରେ ଥିଲା । ଭୂପୃଷ୍ଠ ଠାରୁ ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର ରହିଥିବା କୁହାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ଆସିବାର ଆଶଙ୍କା ରହିଛି କି ନାହିଁ, ସେନେଇ ଉପଲବ୍ଧ ରିପୋର୍ଟରେ କୌଣସି ନିଶ୍ଚିତ ସୂଚନା ନାହିଁ । ଏହା ସହିତ ମୃତାହତଙ୍କ ସଂଖ୍ୟା କିମ୍ବା ଘରଦ୍ୱାର ଓ ଅନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ କୌଣସି ନିଶ୍ଚିତ ଖବର ମିଳିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking