32.1 C
Bhubaneswar
Thursday, October 22, 2026
Homeଓଡିଶାଭସାଣ ଉତ୍ସବ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା;ଜାଣନ୍ତୁ କେଉଁ ରାସ୍ତାରେ ଯିବେ....

ଭସାଣ ଉତ୍ସବ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା;ଜାଣନ୍ତୁ କେଉଁ ରାସ୍ତାରେ ଯିବେ….

ଭୁବନେଶ୍ୱର: ଦୁର୍ଗାପୂଜା ଭସାଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୁଲିସ। ଭସାଣ ଶୋଭାଯାତ୍ରା ସମୟରେ ଟ୍ରାଫିକ୍‌କୁ ସୁବ୍ୟବସ୍ଥିତ କରିବା ଏବଂ ଜନସାଧାରଣଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି କଟକଣା ଲାଗୁ କରାଯାଇଛି। ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ସହିଦନଗର ଓ ନୟାପଲ୍ଲୀ ଭସାଣ କମିଟିର ଶୋଭାଯାତ୍ରାକୁ ନଜରରେ ରଖି ବିଭିନ୍ନ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏଥିସହ ଗାଡ଼ି ଚାଳକଙ୍କ ପାଇଁ ବିକଳ୍ପ ରୁଟ୍‌ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।ସହିଦନଗର ଭସାଣ କମିଟିର ଶୋଭାଯାତ୍ରା ସମୟରେ ଜନପଥରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ସମୟରେ ଜନପଥ ବଦଳରେ ସଚିବାଳୟ ମାର୍ଗ ଏବଂ ଏହାର ସଂଲଗ୍ନ ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼ିବ।ସେହିପରି ନୟାପଲ୍ଲୀ ଭସାଣ କମିଟିର ଶୋଭାଯାତ୍ରା ଚାଲିଥିବା ସମୟରେ ଏକାମ୍ର ରାସ୍ତା ଦେଇ ଯାନବାହନ ଚଳାଚଳ କରିବ। ଏହାଦ୍ୱାରା ଭସାଣ ଶୋଭାଯାତ୍ରା ଅଞ୍ଚଳରେ ଟ୍ରାଫିକ୍ ଚାପ ହ୍ରାସ କରିବାକୁ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ସିଆର୍‌ପି ଛକରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ି ଚାଳକମାନେ ଏକାମ୍ର ରାସ୍ତା ଦେଇ ଯାତାୟାତ କରିବେ। ଅନ୍ୟପଟେ ନନ୍ଦନକାନନ ଛକ ଦିଗରୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଯାନବାହନ କିଟ୍ ରାସ୍ତା କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ।ଏହି ବିକଳ୍ପ ରାସ୍ତାଗୁଡ଼ିକୁ ବ୍ୟବହାର କରି ଗାଡ଼ି ଚାଳକମାନେ ଭସାଣ ଶୋଭାଯାତ୍ରା ଯୋଗୁଁ ହେବାକୁ ଥିବା ଟ୍ରାଫିକ୍ ଭିଡ଼କୁ ଏଡ଼ାଇ ପାରିବେ।

ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଭାରୀଯାନ ଓ ବସ୍‌ଗୁଡ଼ିକ ସର୍ଭିସ୍ ରୋଡ୍‌ ଦେଇ ଯାତାୟାତ କରିପାରିବେ ନାହିଁ। ଏହି ଯାନଗୁଡ଼ିକ କେବଳ ଜାତୀୟ ରାଜପଥ ଦେଇ ଯାତାୟାତ କରିପାରିବେ ବୋଲି ନିୟମ ରହିଛି।ତେଣୁ ଭସାଣ ଉତ୍ସବ ସମୟରେ ରାଜଧାନୀରେ ଯାତାୟାତ କରିବାକୁ ଥିବା ଲୋକେ ଟ୍ରାଫିକ୍ କଟକଣା ସମ୍ପର୍କରେ ଅବଗତ ହୋଇ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ନିର୍ଦ୍ଦେଶାବଳୀ ମାନିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking