24.1 C
Bhubaneswar
Saturday, November 14, 2026
Homeଓଡିଶାବେଆଇନ ଗଞ୍ଜେଇ ଚାଷ ଉପରେ ଆକ୍ସନ, ୨ ଅଭିଯୁକ୍ତ ଗିରଫ

ବେଆଇନ ଗଞ୍ଜେଇ ଚାଷ ଉପରେ ଆକ୍ସନ, ୨ ଅଭିଯୁକ୍ତ ଗିରଫ

ମୁନିଗୁଡ଼ା: ଗଞ୍ଜେଇ ମାଫିଆଙ୍କ ଉପରେ ମୁନିଗୁଡ଼ା ପୋଲିସର ବଡ଼ ପ୍ରହାର। ମୁନିଗୁଡ଼ା ଥାନା ବୋରିଖାଲ ଗାଁ ଓ ଅମ୍ବାଦଳା ଥାନା ଉମାଗୁଞ୍ଜି ଗାଁ ନିକଟରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଜମିରେ ଲାଗିଥିବା ୨୭୨ଟି ଗଞ୍ଜେଇ ଗଛକୁ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି। ନିକଟରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାପରେ ମୁନିଗୁଡ଼ା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ଏମ୍.ଆର୍. ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା।ଚନ୍ଦ୍ରପୁର ବିଡିଓ, ବନ ବିଭାଗ, ଅବକାରୀ ବିଭାଗ, ରାଜସ୍ୱ ଓ କୃଷି ବିଭାଗ ଅଧିକାରୀଙ୍କ ସମେତ ଏକ ସେକ୍ସନ୍ ଆଇଆରବି ଫୋର୍ସ ଏହି ଅପରେସନରେ ସାମିଲ ହୋଇଥିଲେ। ଏହି ଘଟଣାରେ ସାହେବ କୁମୁରିକା ଓ ଭାସ୍କର ଉଲୁଡିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking