23.1 C
Bhubaneswar
Monday, November 9, 2026
Homeଓଡିଶାଅଟୋ ମିରରରେ ଝୁଲୁଛି ଯୁବକଙ୍କ ମୃତଦେହ

ଅଟୋ ମିରରରେ ଝୁଲୁଛି ଯୁବକଙ୍କ ମୃତଦେହ

କଟକ: ଅଟୋ ମିରରରେ ଝୁଲୁଛି ଯୁବକଙ୍କ ମୃତଦେହ । କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁର ଇଦ୍‌ଘା ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଜାଭିର ମହମ୍ମଦ । ଏକ ଅଟୋର ମିରରରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ସୂଚନା ଅନୁସାରେ, ସକାଳେ ଗ୍ରାମର ଇଦ୍‌ଘା ପଡ଼ିଆରେ ଥିବା ଏକ ଅଟୋର ମିରରରେ ଜାଭିରଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ଦେଖିବା ପରେ ତୁରନ୍ତ କଟକ ସଦର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଏକାଧିକ ସନ୍ଦେହ ସୃଷ୍ଟି ହୋଇଛି । ଜାଭିରଙ୍କୁ ହତ୍ୟା କରିବା ପରେ ଅଟୋରେ ଝୁଲାଇ ଦିଆଯାଇଥିବା ଆଶଙ୍କା କରାଯାଉଛି । ଏହା ପଛରେ ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ଏହି ସବୁ ଆଶଙ୍କାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏବେ ବି ଅସ୍ପଷ୍ଟ। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking