ଅତାବିରା ବ୍ଲକ ବୁଗବୁଗା ଗାଁରେ ଗତ ସନ୍ଧ୍ୟାରେ ଏକ ଅଘଟଣ ଘଟିଛି । ମାଛ ଧରିବାକୁ ପୋଖରୀକୁ ଯାଇ ଏହି ଗାଁର ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଉଭୟ ଯୁବକ ଗତକାଲି ସନ୍ଧ୍ୟାରେ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ବୁଡ଼ି ଯାଇଥିଲେ । ଗ୍ରାମବାସୀ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୀପାବଳି ପୂର୍ବ ରାତିରେ ଏଭଳି ଅଘଟ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।










