31.1 C
Bhubaneswar
Wednesday, November 4, 2026
Homeଓଡିଶାବାଣ ମହଙ୍ଗା ହେଲେ କମିବ ପ୍ରଦୂଷଣ !

ବାଣ ମହଙ୍ଗା ହେଲେ କମିବ ପ୍ରଦୂଷଣ !

ଭୁବନେଶ୍ୱର : ବାଣ ଦର ବଢ଼ିଲେ ଅସୁବିଧା ନାହିଁ । ବରଂ ଦର ଯେତେ ବଢ଼ିବ, ଲୋକେ ସେତେ କମ୍ ବାଣ ଫୁଟାଇବେ । ବାଣ ଦର ବୃଦ୍ଧିକୁ ନେଇ ଏଭଳି ଯୁକ୍ତି ବାଢ଼ିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ବାଣ ଫୁଟାଇଲେ ପ୍ରଦୂଷଣ ବଢ଼ିବ । ତେଣୁ ବାଣ ଦର ବଢ଼ିବା ଦ୍ୱାରା ଲୋକେ କମ୍ ବାଣ ଫୁଟାଇବେ ବୋଲି କହିଛନ୍ତି ମନ୍ତ୍ରୀ । ବାଣ ବିକ୍ରି ଉପରେ ରହିବ ପ୍ରଶାସନର ନଜର । କେବଳ ଲାଇସେନ୍ସପ୍ରାପ୍ତ ଦୋକାନୀ ହିଁ ବାଣ ବିକ୍ରି କରିପାରିବେ । ଅତ୍ୟଧିକ ଦର ଆଦାୟ ହେଉଥିବା ଅଭିଯୋଗ ଆସିଲେ ଯାଞ୍ଚ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଲୋକଙ୍କୁ ବାଣ ଫୁଟାଇବାକୁ ମନା କରାଯାଇପାରିବ ନାହିଁ । କିନ୍ତୁ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ସବୁଜ ବାଣ ଫୁଟାଇବା ଉଚିତ । ଅଧିକ ବାଣ ଫୁଟିଲେ ପ୍ରଦୂଷଣ ମଧ୍ୟ ବଢ଼ିବ । ତେଣୁ ବାଣ ଦର ବୃଦ୍ଧି ହେଲେ ଲୋକେ କମ୍ ବାଣ କିଣିବେ ଓ ଫୁଟାଇବେ ବୋଲି ମତ ରଖିଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ବାଣ ବିକ୍ରିକୁ ନେଇ ନିୟମ କଡ଼ାକଡ଼ି କରାଯିବ । କେବଳ ଲାଇସେନ୍ସ ପାଇଥିବା ଦୋକାନୀ ବାଣ ବିକ୍ରି କରିପାରିବେ । ବଜାରରେ ବାଣ ଦର ଅଧିକ ବଢ଼ିଥିବା ନେଇ ଅଭିଯୋଗ ଆସିଲେ ଯୋଗାଣ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବ । ଅତ୍ୟଧିକ ଦର ଆଦାୟ ହେଉଥିଲେ ତାହା ଉପରେ ଲଗାମ ଲଗାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking