31.1 C
Bhubaneswar
Wednesday, November 4, 2026
Homeଓଡିଶାଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ।

ଆଜି କାର୍ତ୍ତିକ ମାସର କୃଷ୍ଣପକ୍ଷ ଦଶମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ସମ୍ପନ୍ନ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି ଆରମ୍ଭ ହେବ।

ବନକଲାଗି ନୀତି ଶ୍ରୀବିଗ୍ରହଙ୍କ ଏକ ସ୍ୱତନ୍ତ୍ର ନୀତି। ଏହି ନୀତି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥାଏ। ତେଣୁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଏହି ସମୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ଆସିବାକୁ ଭକ୍ତମାନଙ୍କୁ ପରାମର୍ଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking