24.1 C
Bhubaneswar
Thursday, October 29, 2026
Homeଓଡିଶାବିପଦର ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା...

ବିପଦର ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା ଆମର ନୈତିକ ଏବଂ ସାମାଜିକ ଦାୟିତ୍ୱ: ମନମୋହନ ସାମଲ

ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ ପ୍ରଳୟଙ୍କରୀ ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କନ୍ଧମାଳ ଏବଂ ମାଲକାନଗିରି ଆଦି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ଯାଗୁଁ ବ୍ୟାପକ ଧନଜୀବନ, ଘରଦ୍ୱାର, ବିଦ୍ୟୁତ୍ ସରବରାହ ଏବଂ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଗୁରୁତ୍ୱର ସହ ଗ୍ରହଣ କରି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଏଭଳି ବିପଦର ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା ଆମର ନୈତିକ ଏବଂ ସାମାଜିକ ଦାୟିତ୍ୱ। ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସମସ୍ତ ଦଳୀୟ ନେତା ଓ କର୍ମକର୍ତ୍ତା ନିଜ ନିଜ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ସମ୍ପତି ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ନିହାତି ଆବଶ୍ୟକ। ସରକାରୀ ସ୍ତରରେ ତ୍ୱରିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦଳୀୟ ସ୍ତରରେ ମଧ୍ୟ ପ୍ରଭାବିତ ପରିବାରଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ ପାଇଁ ପାର୍ଟି ତରଫରୁ ନିରନ୍ତର ତଦାରଖ କରାଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking