30.1 C
Bhubaneswar
Monday, November 23, 2026
Homeଓଡିଶାଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

କଟକ: ଆସନ୍ତାକାଲିଠୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ସଜେଇ ହେଉଛି ପୂରା ବାଲିଯାତ୍ରା ପଡିଅ।। ବାତ୍ୟା ଅକଭାନ ପ୍ରଭାବରେ ବର୍ଷା ଯୋଗୁଁ ପଡିଆର ଅବସ୍ଥା ବେହାଲ ହୋଇପଡିଛି । ଚଳିତବର୍ଷ ବାଲିଯାତ୍ରାର ଆକର୍ଷଣ ବଢାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଉତ୍ସବମୁଖର ହେବ ସିଲଭର ସିଟି । ଆସନ୍ତାକାଲିଠୁ ଆରମ୍ଭ ହେବ ଏହି ମହାନ ଐତିହାସିକ ମେଳା । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୬୨ ପ୍ଲାଟୁନ ପୋଲିସ ଫୋର୍ସ । ସୂଚନା ଅନୁସାରେ , ରାଷ୍ଟ୍ରପତି ପ୍ରଥମେ ସିଲିଭର ସିଟି ବୋଟ କ୍ଲବରେ ପହଞ୍ଚିବେ । ସେଠାରୁ କଳିଙ୍ଗ ତରଙ୍ଗିଣୀ ବୋଟରେ ନୌବିହାର କରି ଗଡଗଡିଆ ଘାଟରେ ପହଞ୍ଚିବେ । ସେଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ କଟକ ଇନ କଟକ ଓ ଓରମସକୁ ଉଦଘାଟନ କରିବା ସହ ୨୦୨୬ ଐତିହାସିକ ବାଲିଯାତ୍ରାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking