ଭୁବନେଶ୍ୱର: ଗ୍ରାଉଣ୍ଡ ଜିରୋକୁ ଯାଇ ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଗସ୍ତରେ ଯାଇ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଆକାଶ ମାର୍ଗରୁ ଅନୁଧ୍ୟାନ ପରେ ପୁରୁଷୋତ୍ତମପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଚାଷ ଜମିକୁ ଯାଇ ବାତ୍ୟା ଅକଭାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଧାନକୁ ହାତରେ ଧରି ହାଣ୍ଡିଘର ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ କହିବାକୁ ଗଲେ ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ବନ୍ୟା, ବାତ୍ୟା । ପୂର୍ବରୁ ଅର୍ଣ୍ଣବ ପ୍ରଭାବରେ କିଛି ଚାଷଜମି କ୍ଷୟକ୍ଷତି ହୋଇଥିବା ବେଳେ ବର୍ତ୍ତମାନ ଅକଭାନ ପ୍ରଭାବରେ କିଛି ଥିବା ଫସଲ ମଧ୍ୟ ବନ୍ୟାରେ ନଷ୍ଟ ହୋଇଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଆସି ବିପନ୍ନଙ୍କ ସହ ଆଲୋଚନା କରି , କ୍ଷୟକ୍ଷତି ସମୀକ୍ଷା କରିଥିବା ବେଳେ ଖୁବଶୀଘ୍ର ଭଲ ପ୍ୟାକେଜର ସହାୟତା ମିଳିବ ବୋଲି କେଉଁଠି ନାକେଉଁଠି ଚାଷୀ ଆଶ୍ୱସ୍ତିଲାଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।










