24.1 C
Bhubaneswar
Tuesday, November 17, 2026
Homeଓଡିଶାବେଆଇନ ମାଛଧରା: ୧୮ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ବେଆଇନ ମାଛଧରା: ୧୮ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

କେନ୍ଦ୍ରାପଡ଼ା : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା ଅଭିଯୋଗରେ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଧରିଛି ବନ ବିଭାଗ । ଏହାସହ ୨ଟି ମାଛଧରା ଟ୍ରଲରକୁ ମଧ୍ୟ ଜବତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରସ୍ଥିତ ଗହୀରମଥାର ମାଦଳି ମାଉଥ୍‌ ଓ ଏକକୁଳା ନିକଟରେ ଟ୍ରଲର ଯୋଗେ ମାଛ ଧରାଯାଉଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଟ୍ରଲର ଦୁଇଟିରୁ ମାଛ, ଜାଲ ଓ ଭିଏଚ୍‌ଏଫ୍‌ ଯନ୍ତ୍ର ଜବତ ହୋଇଛି । ଗହୀରମଥାରେ ପାଟ୍ରୋଲିଂ କରୁଥିବା ବନ ବିଭାଗର ଟିମ୍‌ ଏହି ଟ୍ରଲର ଦୁଇଟିକୁ ଧରିବାରେ ସଫଳ ହୋଇଛି ।ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଓ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥାରେ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ଫିସିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏହି ନିଷିଦ୍ଧାଞ୍ଚଳରେ ମାଛ ଧରିବା ନିୟମ ଉଲ୍ଲଂଘନ କରି ଟ୍ରଲର ଚଳାଚଳ କରୁଥିବାରୁ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking