ଭୁବନେଶ୍ୱର: ଚାକିରୀରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା । ବିଦ୍ୟାଭାରତୀଙ୍କୁ ତାଙ୍କର ସସପେଣ୍ଡକୁ ନେଇ ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ନିଲମ୍ବନ ନିର୍ଦ୍ଦେଶ ଜାରି ହୋଇଛି । ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ କୋର୍ଟଙ୍କର ଚିଠ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିଦ୍ୟା ଭାରତୀ କୋର୍ଟରେ ଆତ୍ମ ସମର୍ପଣ କରିବା ଦିନଠାରୁ ନିଲମ୍ବନ ନିର୍ଦ୍ଦେଶ ଲାଗୁ ହୋଇଛି । ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଗତ ୨ ତାରିଖରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆତ୍ମସମର୍ପଣ କରିଥିଲେ । ଜାମିନ ଆବେଦନ ଖାରଜ ହେବା ପରେ ଏବେ ବିଚାର ବିଭାଗୀୟ ବିଭାଗରେ ଅଛନ୍ତି ବିଦ୍ୟା ଭାରତୀ । ସୂଚନା ଅନୁସାରେ କପ୍ତିପଦା ବ୍ଲକ ସାଳଚୁଆ ପାଣିଧନ ସେବା କେନ୍ଦ୍ରରେ ଏଲଆଇ ଭାବେ କାର୍ଯ୍ୟରତ ଥିଲେ ବିଦ୍ୟା ଭାରତୀ । ଏବେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।










