23.1 C
Bhubaneswar
Wednesday, November 18, 2026
Homeଓଡିଶାଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ଶିକ୍ଷକ

ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ଶିକ୍ଷକ

ଭୁବନେଶ୍ଵର : ଶିକ୍ଷକ ପଦବୀ ଖାଲିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ଶିକ୍ଷକ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ଅଢ଼େଇ ବର୍ଷ ଭିତରେ ୨୮ ହଜାର ୬୯୩ ନିଯୁକ୍ତି ଦେଇସାରିଲେଣି । ବର୍ଷକୁ ୧୫ ହଜାର କରି ତିନି ବର୍ଷରେ ୪୫ ହଜାର ନିଯୁକ୍ତି ଦେବୁ । ଠିକା ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ହଟାଇ ରେଗୁଲାର ଶିକ୍ଷକ ନିଯୁକ୍ତି ଦିଆଯାଉଛି । ସରକାର ସବୁବେଳେ ଶିକ୍ଷକଙ୍କୁ ଗୁରୁତ୍ୱ ଦେଉଛନ୍ତି । ନୂଆ ନିଯୁକ୍ତି ପାଇଁ ପୁଣି ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ନୂଆ ନିଯୁକ୍ତି ହେବ । ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି, ପ୍ରମୋସନ ଦିଆଯାଇଛି, ଜୁନିଅର scsଙ୍କୁ ସିନିଅର scsରେ ପଦୋନ୍ନତି ଦିଆଯାଇଛି । ଆଗାମୀ ଦିନରେ ଯେଉଁଠି ଶିକ୍ଷକ ଅଭାବ ରହିଛି ସେମାନଙ୍କୁ ନିଯୁକ୍ତି ଦିଆଯିବ ।

ସେହିପରି ମଧ୍ୟାହ୍ନ ଭୋଜନକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲରେ ମଧ୍ୟାହ୍ନ ଭୋଜନର ମାନ ଓ ପରିଚାଳନାକୁ ନେଇ ବିଭାଗ ସଚେତନ ରହିଛି । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ସପ୍ତାହକୁ ୩ଟି ପୁଷ୍ଟିଯୁକ୍ତ ଲଡୁ ସହ ଅଣ୍ଡା ମଧ୍ୟ ଯୋଗାଇ ଦିଆଯାଉଛି । ରାଜ୍ୟରେ ୧୧ ଲକ୍ଷରୁ ଅଧିକ ପିଲା ମଧ୍ୟାହ୍ନ ଭୋଜନର ସୁବିଧା ପାଉଛନ୍ତି । ଏହାର ସଠିକ୍ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ସଚେତନତା ଓ ସତର୍କତା ଅବଲମ୍ବନ କରାଯାଉଛି । ତେବେ ମଧ୍ୟାହ୍ନ ଭୋଜନକୁ ନେଇ କୌଣସି ଅଭିଯୋଗ ଆସିଲେ ତାହାକୁ ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking