23.1 C
Bhubaneswar
Wednesday, November 18, 2026
Homeଓଡିଶାପୋଲିସ୍ ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀଙ୍କୁ ଗିରଫ କରୁଛି: ବିଜେଡି

ପୋଲିସ୍ ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀଙ୍କୁ ଗିରଫ କରୁଛି: ବିଜେଡି

ରଘୁନାଥପୁର ବ୍ଲକ ଅଧ୍ୟକ୍ଷାଙ୍କୁ ତିର୍ତ୍ତୋଲ ବିଧାୟକ ଦୁର୍ବ୍ୟବହାର କରିବା ପ୍ରସଙ୍ଗ
ଅନୁସୂଚିତ ଜାତି ବର୍ଗର ମହିଳା ବ୍ଲକ ଅଧ୍ୟକ୍ଷା ବିଧାୟକଙ୍କ ବିରୋଧରେ ଦାଖଲ କରିଥିବା ଏତଲାକୁ ତୁରନ୍ତ ପଞ୍ଜୀକୃତ କରାଯାଉ
ନଭେମ୍ୱର ୧୩ ତାରିଖରେ ରଘୁନାଥପୁର ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ସମଗ୍ର ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରାଯାଉ
ବିଡିଓଙ୍କ କାର୍ଯ୍ୟାଳୟର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ତଦନ୍ତରେ ସାମିଲ କରିବା ପାଇଁ ତାହାକୁ ସୁରକ୍ଷିତ ରଖାଯାଉ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନଭେମ୍ୱର ୧୩ ତାରିଖରେ ଘଟିଥିବା ଘଟଣାକୁ ନେଇ ପୋଲିସ ଓ ପ୍ରଶାସନିକ କଳର ଅପବ୍ୟବହାର ହୋଇଥିବା ଅଭିଯୋଗ କରି କଡ଼ା ନିନ୍ଦା କରିଛି ବିଜେଡି । ଏସ୍ସି ବର୍ଗର ମହିଳା ବ୍ଲକ ଅଧ୍ୟକ୍ଷା ଘଟଣାକୁ ନେଇ ରଘୁନାଥପୁର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ ନିଷ୍କି୍ରୟତାକୁ ନେଇ ସରକାରଙ୍କୁ ଜବାବ ମାଗିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା
ଡ଼ ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ଶ୍ରୀ ସାରଦା ଜେନା ଓ ପୂର୍ବତନ ବିଧାୟକ ଶ୍ରୀ ସମ୍ୱିତ ରାଉତରାୟ, ଏହି ଘଟଣାରେ ପୋଲିସ ପକ୍ଷପାତିତା କରିବା ସହ ନିର୍ବାଚିତ ବିରୋଧୀ ଜନପ୍ରତିନିଧି ମାନଙ୍କୁ ରାଜନୈତିକ ଆକ୍ରୋଶମୂଳକ ଭାବେ ଗିରଫ ଓ ଭୟଭୀତ କରିବା ହୀନମନ୍ୟତାର ପରିଚୟ ବୋଲି କହିଥିଲେ ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ନଭେମ୍ବର ୧୩ ତାରିଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପରେ ରଘୁନାଥପୁର ବିଡିଓଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଓ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ । ବ୍ଲକରେ ବିକାଶମୂଳକ କାର୍ଯ୍ୟର ମନ୍ଥର ଗତି ନେଇ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ । ବିକାଶମୂଳକ କାର୍ଯ୍ୟରେ ବିଧାୟକ ଅଯଥା ହସ୍ତକ୍ଷେପ କରୁଥିବାରୁ ବିକାଶ ମୂଳକ କାର୍ଯ୍ୟ ହୋଇପାରୁ ନଥିବା ବ୍ଲକ ଅଧିକାରୀମାନେ କହିଥିଲେ । ଏହାପରେ ବିଧାୟକ ଶ୍ରୀ ରାମକାନ୍ତ ଭୋଇ ଉତ୍ତେଜିତ ହୋଇ ଯୁକ୍ତିତର୍କ କରିବା ସହ ବୈଠକ ଛାଡ଼ି ଚାଲିଯାଇଥିଲେ । ଏହାପରେ କାର୍ଯ୍ୟାଳୟ ବାହାରେ କିଛି ଲୋକ ଏକତ୍ରିତ ହୋଇ ବିଧାୟକଙ୍କ ରାଜନୈତିକ ଆଚରଣକୁ ପ୍ରଶ୍ନ କରି ସ୍ଲୋଗାନ ଦେଇଥିଲେ । ବିଜେଡି ଟିକେଟ୍ରେ ନିର୍ବାଚିତ ହେବା ପରେ ରାଜ୍ୟସଭା ନିର୍ବାଚନରେ ତାଙ୍କର କ୍ରସ୍ଭୋଟିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ନଭେମ୍ୱର ୧୪ ତାରିଖରେ ବିଧାୟକ ଶ୍ରୀ ରାମକାନ୍ତ ଭୋଇ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ତ୍ରିପାଠୀ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ବିରୋଧରେ ଏକ ଏତଲା ଦାଏର କରିଥିଲେ । ଉକ୍ତ ଏତଲାରେ ପ୍ରାୟ ୪୦ଟି ଧାରା ଲଗାଯାଇଥିବା କୁହାଯାଉଛି । ଏଥିରେ ହତ୍ୟା ଉଦ୍ୟମ, ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଏସ୍ସି/ଏସ୍ଟି (ଅତ୍ୟାଚାର ନିବାରଣ) ଆଇନ ଭଳି ସଙ୍ଗୀନ ଅଭିଯୋଗ ସାମିଲ ରହିଛି । ଏହାପରେ ବ୍ଲକ୍ ଉପାଧ୍ୟକ୍ଷଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ପୋଲିସର ଏଭଳି ତତ୍ପରତା ଓ ପକ୍ଷପାତମୂଳକ କାର୍ଯ୍ୟାନୁଷ୍ଠାନକୁ ଡ଼ ସାମନ୍ତସିଂହାର ଘୋର ନିନ୍ଦା କରିଥିଲେ ।

ଶ୍ରୀ ସାରଦା ଜେନା କହିଥିଲେ ଯେ, ବ୍ଲକ୍ ଅଧ୍ୟକ୍ଷା ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଏବଂ ଅନୁସୂଚିତ ଜାତି ବର୍ଗର । ସେ ମଧ୍ୟ ନଭେମ୍ୱର ୧୪ ତାରିଖରେ ବିଧାୟକଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ । ସେ ଦିନସାରା ଥାନାରେ ଅପେକ୍ଷା କରିଥିଲେ । ୫ ଦିନ ବିତିଯିବା ପରେ ମଧ୍ୟ ତାଙ୍କ ଅଭିଯୋଗକୁ ଏତଲା ଭାବେ ପଞ୍ଜୀକୃତ କରାଯାଇନାହିଁ । ଗୋଟିଏ ପଟେ ଜଣେ ବିଧାୟକଙ୍କ ଅଭିଯୋଗ ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ, ଅନ୍ୟପଟେ ସେହି ଘଟଣା ସମ୍ପର୍କରେ ଜଣେ ନିର୍ବାଚିତ ଅନୁସୂଚିତ ଜାତି ବର୍ଗର ମହିଳା ବ୍ଲକ ଅଧ୍ୟକ୍ଷାଙ୍କ କାଉଣ୍ଟର ଅଭିଯୋଗକୁ କାହିଁକି ପଞ୍ଜୀକୃତ କରାଯାଉନାହିଁ ? ବ୍ଲକ୍ ଅଧ୍ୟକ୍ଷାଙ୍କ ଏତଲାକୁ ତୁରନ୍ତ ପଞ୍ଜୀକୃତ କରିବା ସହ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଉ । ଏଥିସହିତ ବିଡିଓଙ୍କ କାର୍ଯ୍ୟାଳୟ ଭିତରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ, ପୋଲିସ ଡୁ୍ୟଟି ରେକର୍ଡର ସତ୍ୟତା ଯାଞ୍ଚ ଏବଂ ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଉ । ଗଣତାନ୍ତ୍ରିକ ଅଧିକାରର ଉଲ୍ଲଙ୍ଘନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ହାନି ବିରୋଧରେ ବିଜେଡି ନିଜର ସ୍ୱର ଉତ୍ତୋଳନ ଜାରି ରଖିବ ।

ଶ୍ରୀ ସମ୍ୱିତ ରାଉତରାୟ କହିଥିଲେ ଯେ, ଶାସକ ଦଳ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । ସରକାର ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ କୌଣସି ଉଲ୍ଲେଖନୀୟ ସଫଳତା ଦେଖାଇବାରେ ସରକାର ବିଫଳ ହୋଇଛନ୍ତି । ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ନିଜ ଅଞ୍ଚଳରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ପ୍ରବଳ ପିସି କାରବାରରେ ଲିପ୍ତ ରହୁଛନ୍ତି । ବିଜୁ ଜନତା ଦଳ ସହିତ ସେ ଯେଉଁ ବିଶ୍ୱାସଘାତକତା କରିଛନ୍ତି, ତାହାକୁ ତିର୍ତ୍ତୋଲର ପ୍ରତ୍ୟେକ ଜନସାଧାରଣ ଓ ବିଜୁ ଜନତା ଦଳର କର୍ମୀମାନେ ଦୀର୍ଘଦିନ ହେଲା ବିରୋଧ କରିଆସୁଛନ୍ତି । ବିଧାୟକ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ, ଜଣେ ବାବାଙ୍କ କଥାରେ ପରିଚାଳିତ ହୋଇ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking