24.1 C
Bhubaneswar
Monday, November 16, 2026
Homeଓଡିଶାବିଧାନସଭା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା

ବିଧାନସଭା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର:ବିଧାନସଭାର ଅଷ୍ଟମ ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀରେ ଜାରି ହୋଇଛି ଟ୍ରାଫିକ୍ କଟକଣା। ଗାଡ଼ି ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଅନୁଯାୟୀ, ସହରର କିଛି ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳର ଦିଗ ପରିବର୍ତ୍ତନ କରାଯାଇଛି।ଟ୍ରାଫିକ୍ ନିୟମ ଅନୁଯାୟୀ, ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍‌ ନିକଟରୁ ବିକଳ୍ପ ରାସ୍ତାରେ ଯାତାୟାତ କରିବେ। ସେହିପରି ଏଜି ଛକରୁ ପିଏମ୍‌ଜି ଯିବାକୁ ଚାହୁଁଥିବା ଗାଡ଼ି ଚାଳକମାନେ ଆଇଜି ପାର୍କ ରାସ୍ତା ଦେଇ ଯାଇପାରିବେ।

ଅନ୍ୟପଟେ ମାଷ୍ଟର କ୍ୟାଣ୍ଟିନ୍‌ରୁ ପିଏମ୍‌ଜି ଯିବାକୁ ଥିବା ଯାନବାହନ ପାର୍ଶ୍ୱ ଗଳି ରାସ୍ତା ଦେଇ ଯାତାୟାତ କରିବେ। ୧୨୦ ବାଟାଲିୟନ୍‌ରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ହେଲେ ପାୱାର ହାଉସ୍‌ ରାସ୍ତା ଦେଇ ଯିବାକୁ ପଡ଼ିବ। ସେହିପରି ଲୋକଭବନରୁ ରବୀନ୍ଦ୍ର ମଣ୍ଡପ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଛକ ଦେଇ ଯାତାୟାତ କରିବେ।ବିଧାନସଭା ଅଧିବେଶନ ସମୟରେ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଇ ପୋଲିସ୍‌ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking