24.1 C
Bhubaneswar
Monday, November 16, 2026
Homeଦେଶ ବିଦେଶଛଠ୍ ପୂଜା ସମୟରେ ନଦୀରେ ବୁଡ଼ିଗଲେ ୩ ନାବାଳକ

ଛଠ୍ ପୂଜା ସମୟରେ ନଦୀରେ ବୁଡ଼ିଗଲେ ୩ ନାବାଳକ

ପାଟନା: ବିହାରର ରାଜଧାନୀ ପାଟନାରେ ଛଠ୍ ପୂଜା ଅବସରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୂଜା ପାଇଁ ସଫେଇ ଓ ସାଜସଜ୍ଜା କରୁଥିବା ବେଳେ ୩ ଜଣ ନାବାଳକ ନଦୀରେ ନିଖୋଜ ହୋଇଯାଇଛନ୍ତି। ରବିବାର ଛଠ୍ ମହାପର୍ବ ସମୟରେ ପାଟନା ଜିଲ୍ଲାର ମିର୍ଜାପୁର ଗାଁରେ ଏହି ଘଟଣା ଘଟିଛି। ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ,  ସୂଚନା ଦିଆଯାଇଥିଲେ ମଧ୍ୟ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଠିକଣା ସମୟରେ ପହଂଚି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଆସୁ, ସୂରଜ ଓ ଆଦିତ୍ୟ ନାମକ ୩ ଜଣ ନାବାଳକ ପୁନପୁନ ନଦୀ କୂଳରେ ଘାଟ ସଫା କରିବା ସହ ସାଜସଜ୍ଜା କରୁଥିଲେ। ଏହି ସମୟରେ ସେମାନେ ନଦୀର ଗଭୀର ଜଳକୁ ଚାଲିଯାଇଥିଲେ ଏବଂ ନିଖୋଜ ହୋଇଯାଇଥିଲେ। ତିନି ଜଣ ଯାକ ନଦୀରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking