ଭୁବନେଶ୍ୱର: ରାଜ୍ୟରେ ଅନଲାଇନ ମୋଟର ସାଇକେଲ ସେବା ଯୋଗାଉଥିବା ଦୁଇ କମ୍ପାନି ଉପରେ ରାଜ୍ୟ କ୍ରାଇମବ୍ରାଞ୍ଚ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଉବେର ଓ ରାପିଡୋରେ ବ୍ୟବହୃତ ହେଉଥିବା ପ୍ରାଇଭେଟ ନମ୍ବର ଦୁଇ ଚକିଆ ଗାଡ଼ିକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ । ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଏନେଇ ଚିଠି ଚିଠି ମଧ୍ୟ ଲେଖାଯାଇଛି । ମୋଟର ଭେଇକିଲ ଆକ୍ଟର ଉଲଂଘନ କରୁଥିବାରୁ ଏମଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି । ପ୍ରାଇଭେଟ ଗାଡ଼ିକୁ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରୁଥିଲେ ଏହି ଦୁଇ କମ୍ପାନୀ । ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଏହି ସେବା ଗୁଡ଼ିକ ବନ୍ଦ କରିବା ସହ କ୍ରାଇମବ୍ରାଞ୍ଚ ଓ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟିଙ୍କୁ ଏନେଇ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି ।ନିର୍ଦେଶ ନମାନିଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ରାପିଡୋ,ଉବେରର କାର ଓ ଅଟୋ ପୂର୍ବ ଭଳି ଚାଲିପାରିବ ବୋଲି ସ୍ପଷ୍ଟ କରାଯାଇଛି ।










