ପୁରୀ: ପୁରୀର ବଡ଼ଦାଣ୍ଡ ନିକଟରେ ଥିବା ଟିପି ହୋଟେଲ୍ରେ ଶୁକ୍ରବାର ଅପରାହ୍ନରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କି ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଦୁର୍ଘଟଣାରେ ତିନିରୁ ଚାରିଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଟିପି ହୋଟେଲ୍ର ଭିତରେ ହଠାତ ଭୟାବହ ଶବ୍ଦ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା କି ହୋଟେଲ କୋଠରିର କାଚ, ପ୍ଲାଏ ଓ ସିମେଣ୍ଟ ଇତ୍ୟାଦି ହୋଟେଲରୁ ୧୦୦ ଫୁଟ ପର୍ଯ୍ୟନ୍ତ ବଡଦାଣ୍ଡକୁ ଖଣ୍ଡ ଖଣ୍ଡ ହୋଇ ଛିଟିକି ଆସିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଲୋକଙ୍କର ଭିଡ଼ ଦେଖାଯାଇଛି। ତେବେ ଏହି ବିସ୍ଫୋରଣ କେମିତି ଘଟିଲା ତାହା ଜଣାପଡ଼ି ନାହିଁ।










