ଭୁବନେଶ୍ୱର: ମାଆ ପୁଅଙ୍କୁ ଥାନା ଭିତରେ ମାଡ ମାରିବା ପଡିଲା ମହଙ୍ଗା । ଏହି ଘଟଣାରେ ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର । ସିସିଟିଭି ଫୁଟେଜ ଡିଲିଟ କରିବା ନେଇ ସଂଧ୍ୟାରାଣୀ ଜେନାଙ୍କ ନାଁରେ ଗୁରୁତର ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ରୁଜୁ ହେଲା ମାମଲା, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ । ଫଳରେ ନିଲମ୍ବିତ ଆଇଆଇସିଙ୍କ ସମସ୍ୟା ବଢିଛି । ସଂଧ୍ୟାରାଣୀଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି ।










