25.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶନକଲି ହଲମାର୍କଯୁକ୍ତ ସୁନା ଅଳଙ୍କାର ବିକ୍ରି ରୋକିବାକୁ ବିଆଇଏସ୍ର କଡ଼ା ପଦକ୍ଷେପ

ନକଲି ହଲମାର୍କଯୁକ୍ତ ସୁନା ଅଳଙ୍କାର ବିକ୍ରି ରୋକିବାକୁ ବିଆଇଏସ୍ର କଡ଼ା ପଦକ୍ଷେପ

ନକଲି ବିଆଇଏସ୍ ହଲମାର୍କଯୁକ୍ତ ସୁନା ଅଳଙ୍କାର ବିକ୍ରି ରୋକିବା ସହ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ବିଆଇଏସ୍ର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ପକ୍ଷରୁ ୪ ନଭେମ୍ବର ୨୦୨୬ରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଭବାନୀ ଜୁଏଲର୍ସଠାରେ ଚଢ଼ାଉ ଓ ଜବତ ଅଭିଯାନ କରାଯାଇଥିଲା। ବିଆଇଏସ୍ର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟର ଚାରିଜଣିଆ ଅଧିକାରୀଙ୍କ ଏକ ଦଳ ଏହି ଅଭିଯାନ ପରିଚାଳନା କରିଥିଲେ। ଦଳର ନେତୃତ୍ୱ ନେଇଥିଲେ ଶ୍ରୀ ଆଶିଷ କୁମାର କନର, ବୈଜ୍ଞାନିକ-ଡି ତଥା ଯୁଗ୍ମ ନିର୍ଦ୍ଦେଶକ। ଏହି ଦଳରେ ଶାଖା କାର୍ଯ୍ୟାଳୟର ଅନ୍ୟ ତିନିଜଣ ଅଧିକାରୀ ମଧ୍ୟ ସାମିଲ ଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୯ ଗ୍ରାମ ନକଲି ବିଆଇଏସ୍ ହଲମାର୍କଯୁକ୍ତ ସୁନା ଅଳଙ୍କାର ଜବତ କରାଯାଇଥିଲା। ବିଆଇଏସ୍ର ହଲମାର୍କିଂ ଯୋଜନା ଅନ୍ତର୍ଗତ ବୈଧ ପଞ୍ଜୀକରଣ ନଥାଇ ଦୋକାନଟି ପରିଚାଳିତ ହେବା ସହ ନକଲି ବିଆଇଏସ୍ ହଲମାର୍କ ଲାଗିଥିବା ସୁନା ଅଳଙ୍କାର ବିକ୍ରି କରାଯାଉଥିବା ଅଭିଯୋଗରେ ଏହି ଅଭିଯାନ କରାଯାଇଥିଲା। ନକଲି କିମ୍ବା ଜାଲ୍ ବିଆଇଏସ୍ ହଲମାର୍କ ବ୍ୟବହାର କରିବା ଏବଂ ବିଆଇଏସ୍ର ବୈଧ ପଞ୍ଜୀକରଣ ବିନା ହଲମାର୍କଯୁକ୍ତ ସୁନା ଅଳଙ୍କାର ବିକ୍ରି କରିବା ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ପ୍ରଯୁଜ୍ୟ ବ୍ୟବସ୍ଥାର ଉଲ୍ଲଂଘନ ଅଟେ। ବିଆଇଏସ୍ ହଲମାର୍କିଂ ବ୍ୟବସ୍ଥାର ଅପବ୍ୟବହାର ରୋକିବା, ନିର୍ଦ୍ଧାରିତ ହଲମାର୍କିଂ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ଏବଂ ଗ୍ରାହକମାନଙ୍କୁ ଠକେଇପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟକଳାପରୁ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଆଇଏସ୍ ପକ୍ଷରୁ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନମୂଳକ ଅଭିଯାନ ଜାରି ରହିଛି। ଏହି ଘଟଣାରେ ଭବାନୀ ଜୁଏଲର୍ସ, ଛତ୍ରପୁର, ଗଞ୍ଜାମ ବିରୋଧରେ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking