ଢେଙ୍କାନାଳ: ୫୩ ନମ୍ବର ଜାତୀୟ ରାଜପଥରେ ଅଘଟଣ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର । ସୌଭାଗ୍ୟବଶତଃ ଡ୍ରାଇଭର ସୁରକ୍ଷିତ ଥିବା ସୂଚନା ମିଳିଛି ।ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରମୁଣ୍ଡା ଟୋଲ୍ଗେଟ୍ ନିକଟରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କୋଇଲା ବୋଝେଇ ଟ୍ରକ୍ଟି ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା ।ଚାହୁଁଚାହୁଁ ନିଆଁ ଟ୍ରକ୍ରେ ବ୍ୟାପି ଯାଇଥିଲା । ତେବେ ନିଆଁ କିପରି ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡରେ ଟ୍ରକ୍ର କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ମିଳିନାହିଁ। ଅନ୍ୟପଟେ ଘଟଣା ପରେ ଏବେ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡ଼ିଛି ।










