30.1 C
Bhubaneswar
Friday, November 6, 2026
Homeଓଡିଶାମଦ ନିଶାରେ ମାମୁଙ୍କୁ ହତ୍ୟା କଲା ଭଣଜା

ମଦ ନିଶାରେ ମାମୁଙ୍କୁ ହତ୍ୟା କଲା ଭଣଜା

କେନ୍ଦ୍ରାପଡ଼ା: ମାମୁ ଓ ଭଣଜାଙ୍କ ପବିତ୍ର ସମ୍ପର୍କରେ ରକ୍ତର ଦାଗ ।  ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାହାସାହାଣୀ ଗାଁର ୬୫ ବର୍ଷୀୟ ଗିରିଧାରୀ ଦାସ ନିଜ ଭଣଜା କରେନ ଦାସଙ୍କୁ ଗାଁର ଜଣେ ଅସାମାଜିକ ଯୁବକଙ୍କ ସହ ମିଳାମିଶା ନକରିବାକୁ ବାରଣ କରିଥିଲେ । ହେଲେ ମାମୁଙ୍କ କଥାକୁ ଗୁରୁତ୍ୱ ଦେଇନଥିଲା ଭଣଜା ।ଅଭିଯୋଗ ଅନୁସାରେ, ସେହି ଯୁବକଙ୍କ ସହ ମଦ ପିଇ ଘରକୁ ଫେରିଥିଲା କରେନ । ଘରେ ପହଞ୍ଚିବା ପରେ ନିଜ ମାଆଙ୍କ ସହ ପାଟିତୁଣ୍ଡ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏହା ଦେଖି ମାମୁ ଗିରିଧାରୀ ଦାସ ବିରୋଧ କରିବାକୁ ଆସିଥିଲେ । କିନ୍ତୁ ଏତିକିରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲା ଭଣଜା । ହିତାହିତ ଜ୍ଞାନ ଭୁଲି ଏକ ତେଣ୍ଟାରେ ମାମୁଙ୍କୁ ଆକ୍ରମଣ କରିଥିଲା । ତେଣ୍ଟାରେ ଭୁସି ଦେବାରୁ ଗିରିଧାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଘଟଣା ପରେ ଅଭିଯୁକ୍ତ ଭଣଜା କରେନ ଦାସକୁ ଆଳି ପୋଲିସ ଅଟକ ରଖିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking