ଭୁବନେଶ୍ୱର: କୋଟିଆକୁ ନେଇ ସରକାର ଚୁପ ବସିବେନି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କୋଟିଆ ବାବଦରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡା ବାର୍ତ୍ତା ଦେଇଛନ୍ତି । କହିଛନ୍ତି, କୋଟିଆ ବିବାଦ ଦୀର୍ଘ ବର୍ଷର, ଏଥର ଆନ୍ଧ୍ର ନିର୍ବାଚନକୁ ଜୋରଦାର ବିରୋଧ ହେଲା । ପୂର୍ବସରକାର କୌଣସି ପଦକ୍ଷେପ ନନେବାରୁ ସବୁ ଲିଗାଲ କେସରେ ହାରିଲୁ । ସବୁ ଆଇନଗତ ଦିଗ ବନ୍ଦ ହୋଇଯାଇଛି, ରାଜସ୍ୱ ବିଭାଗ ତର୍ଜମା କରିବ । ବିଚାର ବିମର୍ଶ ପରେ ଆଇନଗତ ଦିଗ କଣ ହେବ ନିଷ୍ପ୍ତି ନେବୁ । ବାତ୍ୟା , ବନ୍ୟା ପାଇଁ ଟିକେ ବିଳମ୍ବ ହୋଇଛି, ତଥାପି ଆମେ ଚୁପ ବସିବୁନି । ମୁଖ୍ୟମନ୍ତ୍ରୀ ବି ଏନେଇ ସଚେତନ ଅଛନ୍ତି କହିଛନ୍ତି ଆଇନ ମନ୍ତ୍ରୀ ।










