29.1 C
Bhubaneswar
Friday, November 6, 2026
Homeଓଡିଶାଟ୍ରାକ୍ଟର ପଛପଟେ ପିଟି ହେଲା ଯାତ୍ରୀବାହୀ ବସ୍

ଟ୍ରାକ୍ଟର ପଛପଟେ ପିଟି ହେଲା ଯାତ୍ରୀବାହୀ ବସ୍

ସୋନପୁର: ଟ୍ରାକ୍ଟର ପଛପଟେ ପିଟି ହେଲା ଯାତ୍ରୀବାହୀ ବସ୍ । ସୁବର୍ଣ୍ଣପୁରରେ ଘଟିଛି ଏହି ଦୁର୍ଘଟଣା । ଧାନ କଟା ମେସିନ୍ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଲା ଯାତ୍ରୀବାହୀ ସରକାରୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଥିବା ଏକ ସରକାରୀ ବସ୍ ସକାଳୁ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଛାଡ଼ି ଦିଆଯାଇଛି ।ସେପଟେ, ଟ୍ରାକ୍ଟର ଡ୍ରାଇଭର ସମେତ ପାଖରେ ଯାଉଥିବା ଏକ ବାଇକ୍ ଆରୋହୀ ମଧ୍ଯ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ହରଡଖୋଲ ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking