27.1 C
Bhubaneswar
Sunday, November 1, 2026
Homeଓଡିଶାଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନରେ ମିଟିଂରେ ଯୋଗଦେଲେ

ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନରେ ମିଟିଂରେ ଯୋଗଦେଲେ

ଭୁବନେଶ୍ୱର: ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା ତଥା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନର ସୁରକ୍ଷା ଏବଂ ନିର୍ବାଚରେ ଯେଉଁ ଭୋଟ ଚୋରି ଚାଲିଛି ତାହାର ଷଡଯନ୍ତ୍ରକାରୀ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିସ୍କାର ଦାବିରେ କଂଗ୍ରେସ ଦଳର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ଚାଲୋ ଡାକରା ପାଇଁ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ସମସ୍ତ ପୂର୍ବତନ କଂଗ୍ରେସ ସଭାପତି, ବର୍ତ୍ତମାନର ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ କଂଗ୍ରେସର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ ରାଜ୍ୟ କଂଗ୍ରେସର ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦ ତଥା ରାଜ୍ୟ କଂଗ୍ରେସର ଛାମୁଆ ସଂଗଠନ, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ମହିଳା କଂଗ୍ରେସର ସମସ୍ତ ବରିଷ୍ଠ ନେତ୍ରୀ ଅଂଶଗ୍ରହଣ କରିଥିଲେ । ଦିଲ୍ଳୀର କନୋଟପ୍ୟାଲେସର ଅନତି ଦୁରରେ ଥିବା ବାରଖମ୍ବା ରୋଡରୁ ରାଜ୍ୟ କଂଗ୍ରେସର ଇନଚାର୍ଜ ଲାଲଜୀ ଦେଶାଇ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସହିତ ସମସ୍ତ ନେତୃବର୍ଗ ଏକ ବିରାଟ ପଟୁଆରରେ ଜ୍ଞାନେଶ କୁମାର ହଟାଅ, ଗଣତନ୍ତ୍ର ବଞ୍ଚାଅ, ଭୋଟ ଚୋର ଯେଉଁଠି – ବିଜେପି ପାର୍ଟି ଅଫସ ଯେଉଁଠି ନାରାବାଜି କରି ଦୀର୍ଘ ୪ କି.ମି.ରୁ ଅଧିକ ରାସ୍ତା ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇ ଗେଟ ନଂ-୨ରେ ରାମଲୀଳା ମୈଦାନରେ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଜେଟି କୁସୁମ କୁମାର, ମୟୁରା ଏସ ଜୟକୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସୁରେଶ କୁମାର ରାଉତରାୟ, ତାରା ବାହିନୀପତି, ରାଜନ ଏକା, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ସତ୍ୟଜିତ ଗମାଙ୍ଗ, ସନ୍ତୋଷ ସିଂ ସାଲୁଜା, କୃଷ୍ଣ ଚନ୍ଦ୍ର ଶଗରିଆ, ବିଭୂତି ଭୂଷଣ ମହାପାତ୍ର, ନବଜ୍ୟୋତି ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜନୀ ମହାନ୍ତି, ସସ୍ମିତା ବେହେରା, ପ୍ରକାଶ ମିଶ୍ର, ସୋନାଲି ସାହୁ, ମନିଷାଦାଶ ପଟ୍ଟନାୟକ, ଜୟସ୍ମିତା ମହାନ୍ତି, ସୁନିତା ବିଶ୍ୱାଳ, ଆକୁୃବ ଉଜାମନ ଖାନ, ଜିଆଉଲ ହକ, ବିଶ୍ୱଜିତ ଦାଶ, କାଡରକା ଆପାଲସ୍ୱାମୀ, ନଗେନ୍ଦ୍ର ପ୍ରଧାନ, ବାଙ୍କନିଧି ବେହେରା, ସଂଜୟ ତ୍ରିପାଠୀ, ସିର୍ଦ୍ଧାଥ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking