27.1 C
Bhubaneswar
Sunday, November 1, 2026
Homeଓଡିଶାଟିକାବାଲି ବ୍ଲକରେ ସାଲୁଙ୍କି ନାଳ ଉପରେ ଥିବା କ୍ଷତିଗ୍ରସ୍ତ ପୋଲର ସ୍ଥିତି ଅନୁଧ୍ୟାନ

ଟିକାବାଲି ବ୍ଲକରେ ସାଲୁଙ୍କି ନାଳ ଉପରେ ଥିବା କ୍ଷତିଗ୍ରସ୍ତ ପୋଲର ସ୍ଥିତି ଅନୁଧ୍ୟାନ

ଗ୍ରାମ୍ୟ ଉନ୍ନୟନ ବିଭାଗର ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ଟିକାବାଲି ବ୍ଲକର ଟିକାବାଲି (କେଉଟସାହି)-ଏସ୍‌କେପିଏମ୍‌ ରାସ୍ତାରେ ସାଲୁଙ୍କି ନାଳ ଉପରେ ଥିବା ପୋଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟଯନ୍ତ୍ରୀ (ସେତୁ ଓ କୋଠାବାଡ଼ି) ଏବଂ ମୁଖ୍ୟଯନ୍ତ୍ରୀ (ରାସ୍ତା)। ଏହି ଅନୁଧ୍ୟାନ ସମୟରେ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ଡିଭିଜନର ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ଅକ୍ଟୋବର ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପ୍ରବଳ ବର୍ଷା ହେବାରୁ ୪୦ ମିଟର ଲମ୍ବର ଏହି ପୋଲଟି ବନ୍ୟାଜଳରେ ବୁଡ଼ି ରହିଥିଲା। ଅନୁଧ୍ୟାନ ସମୟରେ ପୋଲର ଏକ ଖମ୍ବ ନିକଟରେ ପ୍ରାୟ ୨୭ ସେଣ୍ଟିମିଟର ଦବିଯାଇଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି କୌଣସି ଅଘଟଣ ଏଡ଼ାଇବା ପାଇଁ ପୋଲ ଉପରେ ଯାତାୟାତ ତୁରନ୍ତ ବନ୍ଦ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ରାସ୍ତାରେ ଯାତାୟାତ ବନ୍ଦ କରିବା ସହ ଲୋକଙ୍କ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏସ୍‌ବିୱାଇ ଅଧୀନରେ ଏଠାରେ ଏକ ନୂତନ ପୋଲ ନିର୍ମାଣକୁ ମଞ୍ଜୁରୀ ମିଳିସାରିଛି। ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନୂତନ ପୋଲର ନକ୍ସାରେ ଆବଶ୍ୟକ ସଂଶୋଧନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking