27.1 C
Bhubaneswar
Sunday, November 1, 2026
Homeଓଡିଶାବିପର୍ଯ୍ୟୟ ପରେ ଦ୍ରୁତ ପୁନରୁଦ୍ଧାର: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ...

ବିପର୍ଯ୍ୟୟ ପରେ ଦ୍ରୁତ ପୁନରୁଦ୍ଧାର: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସଡ଼କର ପୁନରୁଦ୍ଧାର କାର୍ଯ୍ୟକୁ ପୂର୍ତ୍ତ ବିଭାଗ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିରନ୍ତର ସମୀକ୍ଷାର ଫଳ ସ୍ୱରୂପ ଜନସାଧାରଣଙ୍କ ଯାତାୟାତକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ ବିଭାଗୀୟ ଅଧିକାରୀ ଓ ଇଞ୍ଜିନିୟରିଂ ଟିମ୍‌ଙ୍କ ନିରନ୍ତର ପ୍ରୟାସ ଫଳରେ ବିଭିନ୍ନ କ୍ଷତିଗ୍ରସ୍ତ ରାସ୍ତାର ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି।

ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ପଳାଶପୁର ବ୍ରିଜ୍ ଆପ୍ରୋଚ୍ ରାସ୍ତା (A1 ଓ A2) ଏବଂ ତପ୍ତପାଣି ଘାଟରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ବେଗରେ ସମ୍ପର୍ଣ୍ଣ ହୋଇଛି । ପ୍ରବଳ ବର୍ଷା ଓ ବନ୍ୟାଜଳ ଆସିବା ଯୋଗୁଁ ଏହି ରାସ୍ତାଗୁଡ଼ିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ରାସ୍ତାରୁ ମାଟି, ପଥର ଓ ଆବର୍ଜନା ହଟାଇବା ସହ ମରାମତି କାର୍ଯ୍ୟ ହାତକୁ ନିଆଯାଇ ଯାତାୟାତ ଉପଯୋଗୀ କରାଯାଇଛି। ସେହିପରି ଗଜପତି ଜିଲ୍ଲାର ମୋହନା ଅଞ୍ଚଳସ୍ଥିତ ଲେଡ଼ାବନ୍ଧ ବ୍ରିଜ୍ ଆପ୍ରୋଚ୍ ରାସ୍ତାରେ ମଧ୍ୟ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷତି ହୋଇଥିଲା। ରାସ୍ତାର ପିଚୁ ଉଠିଯିବା ସହ ବଡ଼ ବଡ଼ ପଥର ଓ ମାଟି ଜମା ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଭାଗୀୟ ତତ୍ପରତାର ସହ ପୁନରୁଦ୍ଧାର କାର୍ଯ୍ୟ କରାଯାଇ ରାସ୍ତାର ସ୍ଥିତିରେ ଉନ୍ନତି ଅଣାଯାଇଛି। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ସମେତ ଯାତ୍ରୀ ଓ ଯାନବାହନ ଚଳାଚଳ ପାଇଁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିଛି। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ଯାତାୟାତକୁ ସୁଗମ ଓ ସୁରକ୍ଷିତ କରିବା ସହ ରାଜ୍ୟର ସଡ଼କ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ବିଭାଗୀୟ ଟିମ୍‌ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking