ଭୁବନେଶ୍ୱର: ବିହାର ଡେପୁଟେସନରେ ଯିବେ ଆ ଆଇଏଏସ ସଞ୍ଜୟ ସିଂ । ୧୯୯୭ ବ୍ୟାଚର ଆ ଆଇଏଏସ ସଞ୍ଜୟ ସିଂ ଖୁବଶୀଘ୍ର ଓଡିଶା ଛାଡିବେ । କେନ୍ଦ୍ର ସରକାର ଅକ୍ଟୋବର ୨୨ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଭିଜିଲାନ୍ସ ରିପୋର୍ଟ ମାଗିବା ପରେ ଆଇଏଏସ୍ ଶ୍ରୀ ସିଂ ଇଣ୍ଟର କ୍ୟାଡ଼ର ଡେପୁଟେସନରେ ବିହାର ଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତାଙ୍କର ଡେପୁଟେସନ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସଦ୍ୟତମ ଭିଜିଲାନ୍ସ କ୍ଲିୟରାନ୍ସ ବା ଭିଜିଲାନ୍ସ ସ୍ଥିତି ଓ ସର୍ବଶେଷ ସ୍ଥାବର ସମ୍ପତ୍ତି ବିବରଣୀ (ଆଇପିଆର) ଫାଇଲିଂର ରିପୋର୍ଟ ଅତ୍ୟନ୍ତ ଜରୁରୀ ଭାବେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ୱରେ ଅଛନ୍ତି ।










