23.1 C
Bhubaneswar
Tuesday, October 27, 2026
Homeଓଡିଶାଆନ୍ଧ୍ରମୁହାଁ ଅର୍ଣ୍ଣବ: ଅନ୍ଧାର ହୋଇଗଲା ଭୁବନେଶ୍ୱର

ଆନ୍ଧ୍ରମୁହାଁ ଅର୍ଣ୍ଣବ: ଅନ୍ଧାର ହୋଇଗଲା ଭୁବନେଶ୍ୱର

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି । ସକାଳ ପ୍ରାୟ ୯ଟାରୁ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧକାରମୟ ହୋଇପଡିଥିବା ବେଳେ ଧୀରେ ଧୀରେ ପବନର ବେଗ ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାତ୍ୟାଟି ବାପଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନମ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ଯାଏଁ ପହଞ୍ଚିପାରେ । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଓ ପବନ ଜାରି ରହିଥିବାରୁ ସ୍ଥାନୀୟ ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ଆଇଏମଡି ଓ ପ୍ରଶାସନର ସଦ୍ୟତମ ସତର୍କ ସୂଚନା ଅନୁସରଣ କରିବା ଜରୁରୀ ।

ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ମଝିରେ ମଝିରେ ପବନର ବେଗ ବଢ଼ୁଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେଉଛି। ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି।ଭାରତୀୟ ପାଣିପାଗ ବିଭାଗ (IMD)ର ୨୭ ଅକ୍ଟୋବର ଭୋରର ବୁଲେଟିନ୍‌ ଅନୁସାରେ, ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟାଟି ଆନ୍ଧ୍ରପ୍ରଦେଶ ଓ ୟାନମ୍‌ ଉପକୂଳ ଆଡ଼କୁ ମୁହାଁଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking