ଢେଙ୍କାନାଳ : ଲକ୍ଷ୍ମୀପୂଜାର ଖୁସି ମଧ୍ୟରେ ଖେଳିଗଲା ଶୋକର ଛାୟା। ପୂଜା ପାଇଁ ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁକ୍ତାପସୀ ମେଡିକାଲ ଛକ ନିକଟରେ ଭୋର ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।ମୃତକ ଦୁଇ ଜଣ ହେଲେ ପଥରଖମ୍ବ ଗାଁର ଅର୍ଜିତ ନାୟକ ଓ ଅନୀଲ ନାୟକ। ଦୁର୍ଘଟଣାରେ ଆହତ ଅନ୍ୟ ଜଣଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଲକ୍ଷ୍ମୀପୂଜା ପାଇଁ ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ପଥରଖମ୍ବ ଗାଁର ତିନି ଜଣ ଦୁର୍ଘଟଣାର ଶିକାର ହୋଇଥିଲେ। ମୁକ୍ତାପସୀ ମେଡିକାଲ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଭୋର ସମୟରେ ଏହି ଅଘଟଣ ଘଟିଥିଲା ।ଦୁର୍ଘଟଣା ପରେ ତିନି ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଅର୍ଜିତ ନାୟକ ଓ ଅନୀଲ ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି। ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ଦୁଃଖଦ ଘଟଣା ପଥରଖମ୍ବ ଗାଁରେ ଶୋକର ପରିବେଶ ସୃଷ୍ଟି କରିଛି।










