ବ୍ରହ୍ମପୁର: ସରିଲା ନବରାତ୍ରୀ । ଦୁର୍ଗାପୂଜାର ଶେଷ ଦନି । ୧୦ ଦିନ ଧରି ଆମିଷ ଛାଡ଼ିଥିବା ଲୋକ, ଆଜି ଆମିଷ ବଜାରରେ ଜମାଇଛନ୍ତି ଭିଡ଼ । ମାଛ ଠାରୁ ଆରମ୍ଭ କରି ଚିକେନ୍, ମଟନ୍ ସବୁଠି ଆମିଷ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି । ବ୍ରହ୍ମପୁର ଆମିଷ ବଜାରରେ ରୋହି ମାଛ ଦେଢ଼ ଶହ ଟଙ୍କା, ଭାକୁର ମାଛ ୧୬୦ ଟଙ୍କା ଚିଙ୍ଗୁଡ଼ି ଅଢ଼େଇ ଶହରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି । ସେହିପରି ଚିକେନ୍ କେଜିକୁ ୨୬୦ ଟଙ୍କା ଏବଂ ମଟନ୍ ୮୫୦ ଟଙ୍କାରୁ ହଜାର ଟଙ୍କା ପର୍ଯ୍ୟନ୍ତ ଦରରେ ହେଉଛି ବିକ୍ରି । ସେହିପରି ଦିନ କେଇଟା ପରେ ଆରମ୍ଭ ହେଉଛି କାର୍ତ୍ତିକ ମାସ । ଏହାକୁ ନେଇ ଏବେଠାରୁ ପରିବା ମାର୍କେଟ୍ ମହଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ଚଢ଼ା ଦରରେ ବିକ୍ରି ହେଉଛି ପରିବା ସବୁ । ପଛକୁ ପଛ ବନ୍ୟା ପରେ ପରିବା ଚାଷ ସବୁ ନଷ୍ଟ ହୋଇଥିବାରୁ ପୂର୍ବରୁ ପରିବା ଦର ଆକାଶ ଛୁଆଁ ରହିଛି । ଫଳରେ କାର୍ତ୍ତିକରେ ଗ୍ରାହକ ଆହୁରି ହନ୍ତସନ୍ତ ହେବେ ବୋଲି ଆଶଙ୍କା ରହିଛି ।










