25.1 C
Bhubaneswar
Thursday, October 22, 2026
Homeଓଡିଶାକୋଟିଆ ବିବାଦ: ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

କୋଟିଆ ବିବାଦ: ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ତେଜିଲା କୋଟିଆ ବିବାଦ। ଆନ୍ଧ୍ର ପ୍ରଦେଶ ସରକାରଙ୍କ କଥିତ ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି ଓଡ଼ିଶା। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓଡ଼ିଶା ସରକାର ପୁଣି ଥରେ ସୁପ୍ରିମକୋର୍ଟ ଯିବାକୁ ବିଚାର କରୁଛନ୍ତି। ପୂର୍ବରୁ ରୁଜୁ ହୋଇଥିବା ମାମଲାକୁ ପୁନର୍ବାର ଖୋଲାଯିବ ନା ନୂଆ ମାମଲା ଦାଏର କରାଯିବ, ସେନେଇ ଆଡଭୋକେଟ୍ ଜେନେରାଲ୍ ନିଷ୍ପତ୍ତି ନେବେ।ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଉପଜିଲ୍ଲାପାଳ। ସେ ଆଜିଠାରୁ ତିନିଦିନିଆ କୋଟିଆ ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ସମୟରେ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ ।କୋଟିଆରେ ନିଜର ପ୍ରଶାସନିକ ଉପସ୍ଥିତି ଓ ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ସୀମା ବିବାଦର ଆଇନଗତ ସମାଧାନ ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking