28.1 C
Bhubaneswar
Thursday, October 15, 2026
Homeଓଡିଶାପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ କ୍ଲିନଚିଟକୁ ବିଜେଡିର ସ୍ୱାଗତ

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ କ୍ଲିନଚିଟକୁ ବିଜେଡିର ସ୍ୱାଗତ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମାନ୍ୟବର ସୁପି୍ରମକୋର୍ଟଙ୍କ ରାୟରୁ ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ
ରାଜନୈତିକ ଅପପ୍ରଚାର ନୁହେଁ, ଆଇନ ଓ ପ୍ରମାଣ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟର ଶୁଣାଣି
ଭୁବନେଶ୍ୱର: ବିଜୁ ଜନତା ଦଳ ବିଶ୍ୱାସ କରେ ଯେ ସତ୍ୟକୁ ସାମୟିକ ଭାବେ ଆଢ଼ୁଆଳରେ ରଖାଯାଇପାରେ, କିନ୍ତୁ ଏହାକୁ ଚିରଦିନ ପାଇଁ ଲୁଚାଇ ରଖାଯାଇପାରିବ ନାହିଁ । ରାଜନୀତିରେ ଅଭିଯୋଗ, ଆରୋପ, ପ୍ରତ୍ୟାରୋପ ଓ ଅପପ୍ରଚାର ହୋଇପାରେ । କିନ୍ତୁ ନ୍ୟାୟର ମୂଳଦୁଆ ହେଉଛି ଆଇନର ଶାସନ ଓ ପ୍ରମାଣ । ରାଜନୈତିକ ବାକ୍ଚାତୁରୀ କିମ୍ୱା ଅପପ୍ରଚାର ନୁହେଁ । ମାହାଙ୍ଗା ଡବଲ୍ ମର୍ଡର ମାମଲା ସମ୍ପର୍କିତ ଆଇନଗତ ପ୍ରକ୍ରିୟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଥିବା ଖବର ପ୍ରକାଶ ପାଇଛି । ମାନ୍ୟବର ଅଦାଲତଙ୍କ ଆଦେଶ ପ୍ରକାଶ ପାଇବା ପରେ ଏବଂ ତାହାର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ଆଇନଗତ ପ୍ରଭାବ ସ୍ପଷ୍ଟ ହୋଇଛି । ଯାହାକୁ ବିଜେଡି ସ୍ୱାଗତ କରୁଛି । ବିଜେଡି ପୁନର୍ବାର ଦୋହରାଉଛି ଯେ ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ନ୍ୟାୟସଙ୍ଗତ ପ୍ରକ୍ରିୟା ଓ ନିରପେକ୍ଷ ଶୁଣାଣି ପାଇବାକୁ ହକ୍ଦାର । ଆଇନଗତ ମାମଲାଗୁଡ଼ିକର ବିଚାର ରାଜନୈତିକ ଆଖ୍ୟାନ କିମ୍ୱା ଆଗୁଆ ନିଷ୍କର୍ଷ ଟାଣିବାର ପ୍ରୟାସ ଆଧାରରେ ନୁହେଁ, ବରଂ ନ୍ୟାୟିକ ଆଦେଶ, ତଥ୍ୟ ଓ ପ୍ରମାଣ ଆଧାରରେ ନିରପେକ୍ଷ ଭାବେ କରାଯିବା ଉଚିତ । ସତ୍ୟ, ନ୍ୟାୟ ଓ ସତ୍ନିଷ୍ଠା ହେଉଛି ଧର୍ମର ମୌଳିକ ସିଦ୍ଧାନ୍ତ । ବିଜେଡି ନ୍ୟାୟିକ ପ୍ରକ୍ରିୟା ଉପରେ ସଦୟ ଆସ୍ଥା ରଖିଛି ଏବଂ ଦୃଢ଼ ଭାବେ ମତ ପୋଷଣ କରୁଛି ଯେ ରାଜନୈତିକ ହସ୍ତକ୍ଷେପ କିମ୍ୱା ପୂର୍ବାଗ୍ରହ ବିନା ଆଇନ ତା’ ବାଟରେ ନିଜ କାର୍ଯ୍ୟ କରିବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking