27.1 C
Bhubaneswar
Thursday, October 15, 2026
Homeଓଡିଶାଔଦ୍ୟୋଗିକ ବିକାଶ’ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବ :...

ଔଦ୍ୟୋଗିକ ବିକାଶ’ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବ : ଗୈାତମ ରାୟ

ଭୁବନେଶ୍ୱର: ‘ବିରୋଧୀ ରାଜନୀତିରେ; ଆମେ ପ୍ରଗତିରେ ବ୍ୟସ୍ତ’ । ବିଜେପି ସରକାର ଗଠନ ହେବା ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାର ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ଗତ କାଲି ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ଶିଳ୍ପ ବିପ୍ଳବ ରାଜ୍ୟର ଅର୍ଥନୈତିକ ବିକାଶକୁ ଆହୁରି ଦ୍ରୁତଗତି ପ୍ରଦାନ କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ ୪୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି। ଏହି ବୃହତ୍ ଶିଳ୍ପ ସମାରୋହରେ ୩୯,୩୮୩ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇଥିବାବେଳେ ଏହାଦ୍ୱାରା ୪୨୫୧୨ ଜଣ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ପୂର୍ବ ସରକାର ଅମଳରେ ଶିଳ୍ପ ନିବେଶ କେବଳ ସ୍ଲୋଗାନ ଓ ପ୍ରଚାରରେ ସୀମିତ ଥିବାବେଳେ, ବର୍ତ୍ତମାନର ବିଜେପି ସରକାର ପ୍ରତିଟି ଏମଓୟୁକୁ ବାସ୍ତବ ରୂପ ଦେଇ ଶିଳ୍ପକାରଖାନା ନିର୍ମାଣ ସହ ଉତ୍ପାଦନ ଆରମ୍ଭ କରିବାରେ ସଫଳ ହୋଇଛି ବୋଲି ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୈାତମ ରାୟ କହିଛନ୍ତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ପରିକଳ୍ପନାର କେନ୍ଦ୍ରରେ ରହିଥିବା ଓଡ଼ିଶାକୁ ଆଗାମୀ ଦଶବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ନୀତି ଆୟୋଗର ସୂଚକାଙ୍କ ଅନୁଯାୟୀ ଓଡ଼ିଶା ବର୍ତ୍ତମାନ ଦେଶରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରର ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ପ୍ରକଳ୍ପଗୁଡିକ ରାଜ୍ୟରେ ଶିଳ୍ପଭିତିଭୂମିକୁ ଅଧିକ ସୁଦୃଢ଼ କରିବ। ଶିଳ୍ପ କେବଳ ନିର୍ଦ୍ଦିଷ୍ଟ କିଛି ଜିଲ୍ଲାରେ ସୀମିତ ନ ରହି ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ଥାପିତ ହେବାରେ ସଫଳ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି । ବର୍ଷେଠାରୁ କମ୍ ସମୟ ମଧ୍ୟରେ ୧୫ଟି ପ୍ରକଳ୍ପର ଭୂମିପୂଜନ ଓ ଉଦଘାଟନରେ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ହୋଇଥିବାବେଳେ ଏହାଦ୍ୱାରା ୯ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଜିର ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ କୋଟିର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସେବା ଭଳି କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ଏହି ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଯାଉଛି। ରାଜ୍ୟର ଏହି ଅଦ୍ଭୁତପୂର୍ବ ଔଦ୍ୟୋଗିକ ବିକାଶ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ରାୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking