28.1 C
Bhubaneswar
Tuesday, November 24, 2026
Homeଓଡିଶାଡିସେମ୍ବରରେ ଥଣ୍ଡା ବଢ଼ିବା ନେଇ ପୁର୍ବାନୁମାନ

ଡିସେମ୍ବରରେ ଥଣ୍ଡା ବଢ଼ିବା ନେଇ ପୁର୍ବାନୁମାନ

ଭୁବନେଶ୍ୱର: ନଭେମ୍ବର ମାସ ସରିବାକୁ ଆସିଲାଣି ହେଲେ ରାଜ୍ୟରେ ହେଉନାହିଁ ଶୀତ ଅନୁଭୂତ । ଶେଷ ସପ୍ତାହରୁ ପାଗରେ ଆସିପାରେ ବଡ ପରିବର୍ତ୍ତନ । ଓଡିଶାର ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । କନ୍ଧମାଳ, ଫୁଲବାଣୀ, ଦାରିଙ୍ଗିବାଡି, କୋରାପୁଟ, ସିମିଳିଗୁଡା ପରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ନେଇ ପୂର୍ବାନୁମାନ କରିଛି । ସେହିପରି ରାଉରକେଲା, ସୁନ୍ଦରଗଡ, ବୌଦ୍ଧ, ଭବାଣୀପାଟଣା, କେନ୍ଦୁଝର ସହରରେ ପାରଦ ୧୧ ଡିଗ୍ରୀ ରହିପାରେ । ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ଉପରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଦ ପୂର୍ବାନୁମାନ କରିଛି । କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ, ସିମିଳିଗୁଡାରେ ୧୪.୬ ଡିଗ୍ରୀ , ଜି. ଉଦୟଗିରିରେ ୧୫.୨ ଡିଗ୍ରୀ ରହିଥିଲା । ନଭେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢିବା ସହ ଡିସେମ୍ବରରେ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking