23.1 C
Bhubaneswar
Wednesday, November 18, 2026
Homeଦେଶ ବିଦେଶମନିଲାରେ ଅନୁଷ୍ଠିତ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ମନିଲାରେ ଅନୁଷ୍ଠିତ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।ଉଭୟ ନେତା ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ଭାରତ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ବ୍ୟାପକ ରଣନୀତିକ ଭାଗୀଦାରୀର ରୋଡମ୍ୟାପ୍ ଅଧୀନରେ ହୋଇଥିବା ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଏଥିସହିତ ସେମାନେ ଆଠଟି ପ୍ରାଥମିକ କ୍ଷେତ୍ରରେ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ଅର୍ଥନୈତିକ ସହଯୋଗ, ଦକ୍ଷତା ବିକାଶ, ଡିଜିଟାଲୀକରଣ, ସ୍ଥାୟୀତ୍ୱ ବିକାଶ, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ତଥା ଜନସମ୍ପର୍କ ଓ ସାଂସ୍କୃତିକ ଆଦାନପ୍ରଦାନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟ ନିଜର ମତାମତ ଆଦାନପ୍ରଦାନ କରିଥିଲେ ।ପ୍ରଧାନମନ୍ତ୍ରୀ, ଆସିଆନ୍‌ର ଆଗାମୀ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ସିଙ୍ଗାପୁରକୁ ଶୁଭେଚ୍ଛା ଜଣାଇଥିଲେ । ଏହି ଦାୟିତ୍ୱ ସଫଳତାର ସହ ପରିଚାଳନା କରିବା ପାଇଁ ଭାରତର ପୂର୍ଣ୍ଣ ସମର୍ଥନ ରହିବ ବୋଲି ସେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କୁ ଆଶ୍ୱାସନା ଦେଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking