25.1 C
Bhubaneswar
Tuesday, November 24, 2026
Homeଓଡିଶାଆଜିଠୁ ଐତିହାସିକ ବାଲିଯାତ୍ରା: ଉଦଘାଟନ କରିବେ ରାଷ୍ଟ୍ରପତି

ଆଜିଠୁ ଐତିହାସିକ ବାଲିଯାତ୍ରା: ଉଦଘାଟନ କରିବେ ରାଷ୍ଟ୍ରପତି

କଟକ : ଆଜିଠୁ ଐତିହାସିକ ବାଲିଯାତ୍ରା । ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବୀତ ରଖିବା ଲକ୍ଷ୍ୟରେ ଆଜିଠୁ କଟକ ମହାନଦୀ କୂଳରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦଘାଟନୀ କରିବେ । ତାଙ୍କ ସହିତ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଚଳିତ ବାଲିଯାତ୍ରାରେ ୨ ହଜାରରୁ ଅଧିକ ଷ୍ଟଲ ଖୋଲୁଛି । ଦୋଳି ହସ୍ତତନ୍ତ, ଓରମାସ, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ । ସେପଟେ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଶୁଭାରମ୍ଭ ହୋଇଛି । ପ୍ରଦୀପ ପ୍ରଜଲ୍ୱନ କରି କଳିଙ୍ଗ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଃସନ୍ଦେହରେ ଏହା ଓଡ଼ିଆ ପରିଚୟ ସହ ଗଭୀର ଭାବେ ଜଡ଼ିତ ଏକ ପର୍ବ। ଚଳିତ ବର୍ଷ ଓଡ଼ିଶା ସରକାର ଇଣ୍ଡୋନେସିଆର ବାଲି ଠାରେ ମଧ୍ୟ କଳିଙ୍ଗ ବାଲିଯାତ୍ରା ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking